ମୋହନାରେ କାଳବୈଶାଖୀର ତାଣ୍ଡବ ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମ‌ବାର ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବନ୍ଧ ବର୍ଷା, ପବନ ସହ ବଜ୍ରପାତ ହୋଇଥିଲା | ଫଳରେ ଚନ୍ଦ୍ରଗିରି, ଅଡବା ଓ ମୋହନା ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ତାର ଛିଣ୍ଡିଯିବା ସହ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିଛି। କିଛି ସ୍ଥାନରେ କଚା ଘର ନଷ୍ଟ ହୋଇଛି। ଅଡବାରେ ବିଦ୍ୟୁତ ଖୁଣ୍ଟ ଏବଂ ଗଛ ପଡ଼ି ରାସ୍ତା ବନ୍ଦ ରହିଛି | ଫଳରେ ଗଜପତି ସହ କନ୍ଧମାଳ ଜିଲ୍ଲାକୁ ଅଡବା ମଧ୍ୟ ଦେଇ ଯାତାୟତ ବନ୍ଦ ହୋଇଥିଲା। ମୋହନା ଅଗ୍ନିଶମ କର୍ମଚାରୀଙ୍କ ତତ୍କାଳୀନ ପଦକ୍ଷେପ ଯୋଗୁଁ ଗଛ ଗଛ କାଟି ରାସ୍ତା ସଫା ସଫା କରାଯିବାରୁ ଯାତାୟତ ସ୍ବାଭାବିକ ହୋଇଥିଲା. ବର୍ଷାଯୋଗୁଁ ପ୍ରଚଣ୍ଡ ରୌଦ୍ର ତାପରୁ ଲୋକେ ତ୍ରାହି ପାଇଛନ୍ତି | ଆଜି ଦିନରେ ମୋହନା ଅଞ୍ଚଳର ତାପମାତ୍ରା ସର୍ବାଧ‌ିକ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ