ଇଡଦା ଗ୍ରାମ ପଞ୍ଚାୟତରେ ଆୟୋଜିତ ବିଶାଳ ଜନ ସଭା ଓ ମିଶ୍ରଣ ପର୍ବ
ବାଲେଶ୍ୱର, (ସରୋଜ ପଣ୍ଡା):ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇଡ଼ଦା ପଞ୍ଚାୟତରେ ଶତାଧିକ ସ୍ଥାନୀୟ ନେତା ଓ କର୍ମୀ ବିଜେଡ଼ି-କଂଗ୍ରେସ ଛାଡ଼ି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କାର୍ଯ୍ୟଦକ୍ଷତା ଓ ଜନକଲ୍ଯାଣକାରୀ ଯୋଜନା ଏବଂ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯୋଗଦାନ କରିଛନ୍ତି ବୋଲି କହିଛନ୍ତି। ନବାଗତ କର୍ମୀଙ୍କୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ।ପୂର୍ବତନ ଜିଲ୍ଲା ପରିଷଦ ତଥା ପୂର୍ବତନ ସରପଞ୍ଚ ହରଗୋପାଳ ସିଂହଙ୍କ ନେତୃତ୍ବରେ ପୂର୍ବତନ ସମିତି ସଭ୍ୟା କମଳା ମଣି ମହାନ୍ତି, ପୂର୍ବତନ ସରପଞ୍ଚ ମୁକ୍ତି ରାଣୀ ସିଂହ ଓ ଦମୟନ୍ତୀ ଦାସ, ଘନଶ୍ୟାମ ପାତ୍ର, ସତ୍ୟନାରାୟଣ ଦାସ, ବିଜେଡି ପୂର୍ବତନ ସଭାପତି ପ୍ରଶାନ୍ତ ମହାନ୍ତି, କୈବଲ୍ୟ ମହାନ୍ତି, ମନରଞ୍ଜନ ପାଲ, ପ୍ରହଲ୍ଲାଦ ନାଥ, ଭବାନୀ ଦାସ, ଶଶୀକାନ୍ତ ଦାସ, ବ୍ରହ୍ମାନଣ୍ଡସ ମାଇକପ ପ୍ରମୁଖଙ୍କ ସହ ସହିତ ସତାଧିକ ବିଜେଡି ଓ କଂଗ୍ରେସ କର୍ମୀ ମିଶିଥିଲେ।ସଭାକାର୍ଯ୍ୟରେ ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଦୀପ ପଣ୍ଡା, ସଂଜୀବ ପାଢ଼ୀ, ନବକୃଷ୍ଣ ଦାସ, ବିମଲ ସାହୁ, ରାଧାବଲ୍ଲଵ ମଣ୍ଡଳ, ମାଳତୀ ନାୟକ, କୃଷ୍ଣ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ


