ତାତିରୁ ମିଳିଲା ଆଶ୍ଵସ୍ତି କାଳ ବୈଶାଖୀ ପ୍ରଭାବରେ ଦିନ ସାରା ଝିପି ଝିପି ବର୍ଷା

ଗାଙ୍ଗପୁର, (ସନ୍ତୋଷ କୁମାର ବିଷୋଇ):ଲଗାତାର ଅସହ୍ୟ ଖରା ଏବଂ ଗୁଳୁଗୁଳିରୁ ଆଜି ମିଳିଛି ସାମୟିକ ଆଶ୍ଵସ୍ତି I ଦୀର୍ଘ ଏକମାସ ଧରି ବେଲଗୁଣ୍ଠା ଅଞ୍ଚଳରେ ତାପମାତ୍ରା 43/ 44 ଡିଗ୍ରୀ ରହୁଥିବା ବେଳେ ଆଜି ମଧ୍ୟାହ୍ନରେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷାରେ ପାରଦ ଖସିଛି ତଳକୁ I ଆଜି ମଧ୍ୟାହ୍ନ 12 ଟା ପରେ ପ୍ରବଳ ଘଡ଼ଘଡ଼ି ଏବଂ ପବନ ସହ ଜୋର୍ ରେ ବର୍ଷା ହୋଇଥିଲା I କ୍ରମେ ବର୍ଷାର ପରିମାଣ କମିଥିଲେ ମଧ୍ୟ ଦିନସାରା ଏହି ବର୍ଷା ଝିପିଝିପି ଲାଗିରହିଥିଲା I ଆଜିର କାଳ ବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ବଡବଡ ଗଛ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍ ସରବରାହ ମଧ୍ୟ ବିଛିନ୍ନ ହୋଇଯାଇଥିଲା I ସନ୍ଧ୍ୟା ସାତଟା ସୁଦ୍ଧା କିଛି ସ୍ଥାନରେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ବିଦ୍ୟୁତ୍ ସରବରାହ ଠିକ୍ ହୋଇପାରିନଥିବା ସୂଚନା ମିଳିଛି I ତେବେ ଆଜିର ବର୍ଷା ଗରମରେ ଛଟପଟ ହେଉଥିବା ଜନସାଧାରଣ, ଜୀବଜନ୍ତୁଙ୍କ ମୁହଁରେ ହସ ଖେଳାଇ ଦେଇଥିବା ବେଳେ ଏହି ବର୍ଷା ଯୋଗୁଁ କିଛି ସ୍ଥାନରେ ବନାଗ୍ନି ମଧ୍ୟ ପ୍ରଶମିତ ହୋଇଥିବା ସୂଚନା ମିଳିଛି I

ଫଟୋ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ