ବିଜୁ ଜନତା ଦଳରୁ ନାମାଙ୍କନ ଭରିଲେ ବଦ୍ରି ନାରାୟଣ ପାତ୍ର

ବିରାଟ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ସହ ନାମାଙ୍କନ ଭରିଲେ ଘଷିପୁରା ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର । ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବଦ୍ରିଙ୍କୁ ଟକ୍କର ଦେବେ କଂଗ୍ରେସରୁ ନିରଂଜନ ପଟ୍ଟନାୟକ । ସେହିପରି ଘଷିପୁରା ପାଇଁ ବିଜେପିରୁ ପୃଥ୍ୱୀରାଜ କହଁରଙ୍କୁ ପ୍ରାର୍ଥୀ କରାଯାଇଛି ।ସେପଟେ ଆଜି ଘସିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ନିରଞ୍ଜନ ପଟ୍ଟନାୟକ । ଏହି ଅବସର ଏକ ବିଶାଳ ଶୋଭାଯାତ୍ରା କରାଯାଇଛି । ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଭଣ୍ଡାରିପୋଖରୀ ସମେତ ଘଷିପୁରା ଆସନରୁ ନିରଂଜନ ନିର୍ବାଚନ ଲଢ଼ିବେ ।ଆଜି ଘଷିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବା ସହ ଆସନ୍ତା ୮ ତାରିଖରେ ଭଣ୍ଡାରିପୋଖରୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ବୋଲି ସୂଚନା ମିଳିଛି । ପୂର୍ବରୁ ଭଣ୍ଡାରିପୋଖରୀରୁ ଲଢ଼ିବା ନେଇ ସ୍ଥିର ହୋଇଥିବା ବେଳେ ଘଷିପୁରା ଆସନରୁ ଲଢ଼ିବା ପାଇଁ ନିଷ୍ପତି କରିଛନ୍ତି ନିରଂଜନ । ଘଷିପୁରାରୁ ବିଜେଡି ଟିକେଟ୍ରେ ଲଢ଼ୁଥିବା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଆହ୍ୱାନ ପରେ ପିସିସି ସଭାପତି ଏପରି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ