୩୪ନମ୍ବର ଜୋନର ୭ଟି ପଞ୍ଚାୟତ ରେ କଂଗ୍ରେସ ପକ୍ଷରୁ ବାଇକ ରାଲି ମାଧ୍ୟମରେ ପ୍ରଚାର ଜୋରଦାର

ହାଟଡିହି, (ବିକାଶ ବିଶ୍ୱାଳ):ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ମନୋଜ କୁମାର ଜେନାଙ୍କ ନେତୃତ୍ବରେ ଆଜି ୩୪ନମ୍ବର ଜୋନର ୭ଟି ପଞ୍ଚାୟତରେ ବାଇକ ରାଲି ମାଧ୍ୟମରେ ପ୍ରଚାର ଜୋରଦାର କରା ଯାଇଛି। ଏଥିରେ ହଜାର ହଜାର କଂଗ୍ରେସ କର୍ମୀ ସୋସୋ ଠାରୁ ବାହାରି ଏକ ବିରାଟ ବାଇକ ଶୋଭାଯାତ୍ରାରେ ସୋସୋ, ବାଲିବରେଇ, ପଢ଼ିଆରିପଲ୍ଲୀ, ଧନୁର୍ଜୟପୁର, କେ ବାଲିପାଳ, ବାଙ୍ଗୋର, ହଦଗଡ଼ ପ୍ରଭୃତି ପଞ୍ଚାୟତର ବିଭିନ୍ନ ଗାଁ ଓ ଛକ ବଜାର ପରିକ୍ରମା କରିଥିଲେ। ଦୀର୍ଘ ୨୦ ବର୍ଷ କାଳ – ଶାସନରେ ନଥିବା କଂଗ୍ରେସ ସରକାର • ଏବେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ଼ ” ଦର୍ଶାଇବା ସହ ବିଭିନ୍ନ ପ୍ରତିଶ୍ରୁତିକୁ ପାଥେୟ କରି ଭୋଟରଙ୍କୁ ଭେଟି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା। ଏହି ଶୋଭାଯାତ୍ରାରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଜୟଦେବ ଜେନା ସାମିଲ ହୋଇ ଲୁଟେରା, ଭ୍ରଷ୍ଟାଚାରୀଙ୍କ କବଳରୁ ଆନନ୍ଦପୁରକୁ ରକ୍ଷା କରିବା ପାଇଁ ଭୋଟର ମାନଙ୍କୁ ନିବେଦନ କରିଥିଲେ। ତାଙ୍କ ସହ ବରିଷ୍ଠ ନେତା ତଥା ଶିଳ୍ପପତି ଅଲେଖ ମଲ୍ଲିକ, ନିକୁଞ୍ଜ ବିହାରୀ ଓଝା, ଚିତ୍ତରଞ୍ଜନ ପାତ୍ର, ବୈଲୋଚନ ନାୟକ ହରି ଜେନା, ସିଙ୍ଗା ହୋ, ମିଟୁ ରାଉତ, ହିମାଂଶୁ ନାୟକ, ମାନସ ଜେନା, ଅକ୍ଷୟ ମହାପାତ୍ର, ସତ୍ୟବ୍ରତ ଜେନା, ଅମ୍ଳାନ ଜେନା, ଦେବାଶିଷ ଜେନା, ଅଜୟ ମହାପାତ୍ର, ସୌମ୍ୟରଞ୍ଜନ ପହି, ଶ୍ରୀଧର ସେଠୀ ପ୍ରମୁଖଙ୍କ ସହିତ ଶତାଧୂକ କଂଗ୍ରେସ କର୍ମକର୍ତ୍ତା ସାମିଲ ହୋଇଥିଲେ। ବିଶେଷ ଭାବେ କଂଗ୍ରେସ କର୍ମୀ ମାନଙ୍କ ଭିତରେ ପ୍ରବଳ ଉତ୍ସାହ ଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ