ନିର୍ବାଚନୀ ହିଂସା ଆଶଙ୍କା କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି ଧାରା ୧୮ ତାରିଖ ଶନିବାରଠାରୁ ନିର୍ବାଚନ ଶେଷ ହେବାର ଗୋଟିଏ ଦିନ ପରେ ଅର୍ଥାତ୍‌ ୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲାପାଳଙ୍କ ଏକ ନିର୍ଦ୍ଦେଶ ଚିଠିରେ ଉଲ୍ଲେଖ କରାଯାଇଛି। ସାଧାରଣ ନିର୍ବାଚନ ସମୟରେ ଜିଲାରେ ବିଶେଷ କରି ଜିଲାର ସୀମା ମଧ୍ୟରେ କୌଣସି ଉତ୍ତେଜନା କିମ୍ବା ଅପ୍ରିତିକାର ପରିସ୍ଥିତି ,ସୃଷ୍ଟି ହେବା ଆଶଙ୍କା ରହିଛି। ତେବେ ନିର୍ବାଚନକୁ ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବାକୁ ଜିଲାପାଳ ଏହି ପଦକ୍ଷେପ ନେଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ କେହି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ କିମ୍ବା ବିଭିନ୍ନ ମରଣାସ୍ତ୍ର ଧରିବା ସମ୍ଭାବନା ରହିଥିବା ଆଶଙ୍କାରେ ଏହି ଧାରାକୁ କାର୍ଯ୍ୟକାରୀ କରାଯାଉଛି। ଏହି ଧାରା ଉଚ୍ଛେଦ ପର୍ଯ୍ୟନ୍ତ କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି। ସେହିପରି ଭୋଟ୍‌ ଦିନ ଓ ଗଣତି ଦିନ ମଧ୍ୟ ମତଦାନ ଓ ଗଣତି କେନ୍ଦ୍ର ଠାରୁ ୨ ଶହ ମିଟର ଦୂରତାରେ ରହିବାକୁ ନିର୍ଦ୍ଦେଶ ରହିଛି । କେବଳ ମତଦାନ ଦଳ, ପୋଲିସ ଓ ଦାୟିତ୍ୱରେ ଥିବା କର୍ମଚାରୀ କିମ୍ବା ଧାଡ଼ିରେ ଥିବା ଭୋଟରମାନଙ୍କ ପାଇଁ ଏହି ନିୟମ ପ୍ରଯ୍ୟୁଜ୍ୟ ହେବ ନାହିଁ ବୋଲି କୁହାଯାଇଛି । ତେବେ ନିୟମ ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଉକ୍ତ ଚିଠିରେ ଉଲ୍ଲେଖ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ