ଯୋଗ, ପ୍ରାଣାୟମ, ମାନବବାଦ ଅପରିହାର୍ଯ୍ୟ ସାରସ୍ୱତ ପ୍ରତିଭାଙ୍କୁ ଶାନ୍ତିପଥ ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଓ ବୌଦ୍ଧିକ ଅନୁଷ୍ଠାନ ଶାନ୍ତିପଥର ଷଷ୍ଠ ବାର୍ଷିକ ଉତ୍ସବ ସ୍ଥାନୀୟ ୟୁନିଟ୍‌-୯ସ୍ଥିତ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସମାଜଦେବୀ ଶିବ ନାରାୟଣ ମିଶ୍ରଙ୍କ ସାପତିତ୍ୱ ଓ ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସ୍ତମ୍ଭକାର ସ୍ୱାଧୀନତା ସଂଗ୍ରାମୀ ବିଜୟ କୁମାର ତ୍ରିପାଠୀ, ଯୋଗ ପ୍ରଶିକ୍ଷକ ବୀରକିଶୋର ସ୍ୱାଇଁ, ବରିଷ୍ଠ ସମାଜସେବୀ ବିକ୍ରମାଦିତ୍ୟ ନାୟକ ଯୋଗଦେଇ ପ୍ରାଣାୟମ, ଯୋଗ, ସମାଜସେବା ପ୍ରମୁଖକୁ ଗୁରୁତ୍ୱ ଦେଇ ନିଜସ୍ତରରେ ସମାଜର ମଙ୍ଗଳ ସାଧନ ନିମନ୍ତେ ଆଗେଇ ଆସିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶାନ୍ତିପଥର ୧୦ଗୋଟି ନିୟମ ପାଳନ ଉପରେ ଗୁରୁତ୍ୱାରୋପ କରିବା ସହିତ ସାରା ବିଶ୍ୱରେ ଯେପରି ଶାନ୍ତି, ପ୍ରଗତି ଓ ମୈତ୍ରୀର ବାତାବରଣ ସୃଷ୍ଟି ହୋଇପାରିବ, ସେ ଦିଗରେ ସଭାପତି ଆଲୋକପାତ କରିଥିଲେ ।ପ୍ରାରମ୍ଭରେ ଜାତିର ପିତା ମହାତ୍ମା ଗାନ୍ଧି ଓ ଶାନ୍ତିର ଦୂତ ଗୌତମ ବୁଦ୍ଧଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ସାରସ୍ୱତ ପ୍ରତିଭାଧାରୀ ପଶୁପ୍ରେମୀ ପ୍ରଦୀପ ଦାସ, ପ୍ରକୃତିପ୍ରେମୀ ବିଶ୍ୱନାଥ ମାର୍ଥା, କଳା ନିର୍ଦ୍ଦେଶକ ପ୍ରିୟାଂଶୁ ପ୍ରିୟଦେବ, ମେଧାବୀ ଛାତ୍ରୀ ରଶ୍ମୀତା ଦାସ, ସାମ୍ବାଦିକ ଅରବିନ୍ଦ୍ର ତ୍ରିପାଠୀ, ସୁରେନ୍ଦ୍ର ପଟ୍ଟନାୟକ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ତପନ କୁମାର ରାହାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଶିବ ନାରାୟଣ ମିଶ୍ରଙ୍କୁ ଶାନ୍ତିପଥ ଗୌରବ ସମ୍ମାନ-୨୦୨୪ ପ୍ରଦାନ କରାଯାଇଥିଲଶ । ଶେଷରେ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରମେଶ କୁମାର ମହାପାତ୍ର, ସୁରେନ୍ଦ୍ର ପଟ୍ଟନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ