ଗୀତାଞ୍ଜଳି ପକ୍ଷରୁ ରବୀନ୍ଦ୍ର ଜୟନ୍ତୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଗୀତାଞ୍ଜଳି “ପକ୍ଷରୁ ଗୁରୁ ରବୀନ୍ଦ୍ର ନାଥ ଟାଗୋର ଙ୍କ ୧୬୩ ତମ ଜୟନ୍ତୀ ସ୍ଥାନୀୟ ଗୀତାଞ୍ଜଳି ହଲ ଚନ୍ଦ୍ର ଶେଖର ପୁର ସ୍ଥିତ ଡ଼ ଏସ ମାଲକାର ଙ୍କ ବାସଭବନ ରେ ଚଳିତ ମାସ ମେ ୧୯ ରେ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ସଭାପତି ଡ଼ ସୁଭାଷ ମୁଖାର୍ଜୀ,ସାଧାରଣ ସମ୍ପାଦକ ତପନ କୁମାର ରାହା,ଉପଦେଷ୍ଟା ଡ଼ ସଜାଲେନ୍ଦୁ ମାଲକାର ଉପସ୍ଥିତ ରହି ଗୁରୁ ରବୀନ୍ଦ୍ର ତଥା ଟାଗୋର ଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ.କବିତା ଓ ସଂଗୀତ କାର୍ଯ୍ୟକ୍ରମ ଖୁବ ସୁନ୍ଦର ଭାବେ ଅନୁଷ୍ଠିତ ହୋଇ ଥିଲା.ଗିରିଜା ନନ୍ଦ ଙ୍କ ତବଲା ସମସ୍ତ ଙ୍କୁ ମୋହିତ କରିଥିବା ବେଳେ, କାର୍ଯ୍ୟକ୍ରମ କୁ କମଲେସ ସିଂହା, ସୋମନାଥ ମିଶ୍ର, ସୁଜାତା ରାହା, ପ୍ରିୟା ସେନଗୁପ୍ତା, ଶୁଭ୍ରା ମିଶ୍ର, ସିଦ୍ଧାର୍ଥ ଶଙ୍କର ହଳଧର, ଶୁଭ୍ରା ହଳଧର, କୋଏଲ ବସୁ ପରିଚାଳନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ