ଗଜପତିରୁ ବିହାରକୁ ଦେଢ଼ କୋଟିର ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ, ୪ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା, ଆର.ଉଦୟଗିରି ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରିଛି ପୋଲିସ। ପ୍ରାୟ ଦେଢ଼ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ବିହାରକୁ ଚୋରା ଚାଲାଣ ବେଳେ ପୋଲିସ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛନ୍ତି. ଗଜପତି ଜିଲ୍ଲାର ଉପରୋକ୍ତ ଉଭୟ ଥାନା ଅଞ୍ଚଳରୁ ୧୦ କୁଇଣ୍ଟାଲ ୩୩ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଗୋଟିଏ କଣ୍ଟେନର ଓ ଗୋଟିଏ କାର ସହ ୪ ଜଣକୁ ଗିରଫ କରାଯାଇଛି | ଜବତ ହୋଇଥିବ ଏହି ଗଞ୍ଜେଇର ମୂଲ୍ୟ ଦେଢ଼ କୋଟିର ହେବ ବୋଲି ସୂଚନା ମିଳିଛି. ମୋହନା ଥାନା କମଳାପୁର ଛକରୁ ଏକ କଣ୍ଟେନରରୁ ୭ କୁଇଣ୍ଟାଲ ୫୮ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇ ବିରିକୋଟି ଅଞ୍ଚଳରୁ ବିହାର ଚାଲାଣ ହେଉଥିଲା। ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଉତ୍ତରପ୍ରଦେଶ ବୋରେଲି ଅଞ୍ଚଳର ମହମ୍ମଦ ଅଲ୍ଲୀ ଓ ତସଲିମ ଖାନକୁ ଗିରଫ କରାଯାଇଛି। ସେହିପରି ଆର ଉଦୟଗିରି ଥାନା ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଏକ କାର ସହ ୨୭୫ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ମିନୁ ବଦ୍ଧନ ଓ ସିଦ୍ଧାନ୍ତ କରାଡ଼କୁ ଗିରଫ କରାଯାଇଛି। ଗଜପତି ଜିଲ୍ଲାର ମୋହନା ଓ ଆର. ଉଦୟଗିରି ଅଞ୍ଚଳରୁ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଉର୍ଦ୍ଧ ଟଙ୍କା ହେବ ବୋଲି ଗଜପତି ଏସପି ସ୍ବାତୀ ଏସ କୁମାର ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା. ହେଲେ ମାନ୍ୟବର କୋୖର୍ଟ ସମ୍ପୃକ୍ତ 3 ଜଣଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ