ପାକିସ୍ତାନୀ ସୈନ୍ୟଙ୍କୁ କଡା ଜବାବ ଦେଲା ଭାରତୀୟ ସେନା
ଭାରତୀୟ ସୈନ୍ୟ ବାହିନୀ ସୀମାରେ ପାକିସ୍ତାନକୁ କଡା ଯବାବ ଦେଇଛି । ଏଥିରେ ୩ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି । ପାକିସ୍ତାନ ତରଫରୁ କରାଯାଉଥିବା ସିଜଫାୟାର ଉଲ୍ଲଙ୍ଘନ ପରେ ଭାରତୀୟ ସେନା ଏହାର ଜବାବମୂଳକ କାର୍ୟ୍ୟାନୁଷ୍ଠାନ ନେଇଥିଲା । ପାକିସ୍ତାନୀ ସୈନ୍ୟ ବାହିନୀର ମିଡିଆ ୱିଙ୍ଗ ଆଇଏସପିଆର ଦ୍ୱାରା ଏହି ବିଷୟରେ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ରାୱଲକୋର୍ଟ ସେକ୍ଟର ସହ ଲାଗିଥିବା ଏଲଓସିରେ ୩ଜଣ ପାକିସ୍ତାନୀ ସେନା ଏନକାଉଂଟର ସମୟରେ ନିହତ ହୋଇଛନ୍ତି । ସେମାନେ ସିଜଫାୟାର ଉଲ୍ଲଙ୍ଘନ କଲାପରେ ଏଭଳି କାର୍ୟ୍ୟାନୁଷ୍ଠାନ ନିଆଯାଇଛି ବୋଲି ଭାରତୀୟ ସେନା ଦାବୀ କରିଛି । ତେବେ ଏହା ସହିତ ଭାରତର ମଧ୍ୟ କ୍ଷତି ହୋଇଥିବା ସେନା ସୂଚନା ଦେଇଛି । ସେନା ସୂତ୍ର ମୁତାବକ, ଜମ୍ମୁ କାଶ୍ମୀରର ପୁଂଛ ଜିଲ୍ଲାରେ ଏଲଓସି ନିକଟରେ ପାକିସ୍ତାନ ତରଫରୁ କରାଯାଇଥିବା ଗୁଳୀ ଚାଳନାରେ ବିଏସଏଫର ଜଣେ ଇନସପେକ୍ଟର ସହିଦ ହୋଇଛନ୍ତି । ସେହି ସମୟରେ ୫ ବର୍ଷର ଏକ କନ୍ୟା ସହ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୪ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି ।
ଏହା ପରେ ଯାଇ ଭାରତୀୟ ସେନା ପାକିସ୍ତାନକୁ କଡା ଯବାବ ଦେଇଥିଲା । ଆହତ ହୋଇଥିବା ଲୋକମାନଙ୍କୁ ଏୟାର ଲିପ୍ଟ ସାହାଯ୍ୟରେ ଜମ୍ମୁ ପଠାଯାଇଛି । ତେବେ ପାକିସ୍ତାନୀ ସେନା ଗୂଁତରିୟା ଗ୍ରାମ ସ୍ଥିତ ସାଇ ମୀରା ବଖସ ଜିୟାରତକୁ ଟାର୍ଗେଟ କରି ଏନକାଉଂଟର କରିଥିଲା । ଏବେ ସୀମାରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କାରଣରୁ ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି ।


