ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ତରଫରୁ କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ନବଜୀବନ ଅନାଥାଶ୍ରମର+2ର ଛାତ୍ରୀ ରଚନା ସାହୁ ,+3ର ଛାତ୍ରୀ ଜୁଲି କାର୍ଯୀ ଏବଂ +3ର ଛାତ୍ରୀ କୀଶୀନୀ ଗମାଙ୍ଗ ପରୀକ୍ଷା ରେ ଭଲ ନମ୍ବର ରଖି ସଫଳତା ପାଇଥିଲେ । ସେଥିପାଇଁ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପାରଳାଖେମୁଣ୍ଡି ତରଫରୁ ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ରୀମାନଙ୍କୁ ଯୁଗ ସାହିତ୍ୟ ମନ୍ତ୍ର ଲିଖନ ପୁସ୍ତକ ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର ଜିଲ୍ଲା ସଞ୍ଜୋଜକ – ଶ୍ରୀ ରଜନୀକାନ୍ତ ଚୋୖଧୁରୀ,ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ, ଶ୍ରୀ ଶଶୀଭୂଷଣ ପଟ୍ଟନାୟକ ସନ୍ତୋଷ ଗନ୍ତାୟତ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ଭାବରେ ଅନୁଷ୍ଠାନର ଛାତ୍ରୀମାନେ ଉନ୍ନତିର ଶିର୍ଷ ପଥରେ କିପରି ପହଞ୍ଚି ପାରିବେ ଏବଂ ବିଦ୍ୟା ଅର୍ଜନ ସମ୍ବନ୍ଧୀୟ କିଛି ତତ୍ତ୍ବ ଜ୍ଞାନ ପିଲାମାନଙ୍କୁ ବୁଝାଇଥିଲେ । ଶେଷରେ ଅନାଥ ଆଶ୍ରମର ସମସ୍ତ ଛାତ୍ରୀ କିପରି କୃତକାର୍ଯ୍ୟ ହୋଇପାରିବେ ସେଥିନିମିତ୍ତ ଗାୟତ୍ରୀ ମନ୍ତ୍ର ଲିଖନ କରିବାକୁ ପ୍ରେରଣା ଦିଆଗଲା । ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନୀରୋଗମୟ ଜୀବନ ପାଇଁଁ ମାଁ ଗାୟତ୍ରୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ