ହାଟଡିହି କଲେଜରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜି ସାରା ବିଶ୍ୱ ପାଳିଛି ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥିପାଇଁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଯୋଗ ଦିବସକୁ ମହା ଆଡମ୍ବରରେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ହାଟଡ଼ିହି କଲେଜ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ଗୋଲେଖ ବିହାରୀ ନାୟକ ଅତିଥି ଭାବେ ଯୋଗଦେଇ ଥିବାବେଳେ ଯୋଗ ବିଶେଷଜ୍ଞ ଡାକ୍ତର ମୂରଲୀଧର ସୁତାର, ଯୋଗ ବିଶେଷଜ୍ଞ ପ୍ରସାନ୍ତ କୁମାର ଜେନା, ଆଚାର୍ଯ୍ୟ ଜପକୃଷ୍ଣ ନନ୍ଦ ଅବଧୂତ, ପ୍ରାଧ୍ୟାପକ ବିଜୟ କୁମାର ନାୟକ, ପ୍ରଧ୍ୟାପିକା ଡକ୍ଟର ଦେବାହୂତୀ ପଟ୍ଟନାୟକ, ବିଶ୍ବରଂଜନ ଜେନା ପ୍ରମୁଖ ଯୋଗଦେଇ ଯୋଗର ଉପକାରିତା ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ସ୍ୱାସ୍ଥ୍ୟ ହିଁ ସମ୍ପଦ, ଯୋଗଦ୍ୱାରା ଶରୀରକୁ ସୁସ୍ଥ ଓ ନିରୋଗ ରଖାଯାଇ ପାରିବ ବୋଲି ଯୋଗ ବିଶେଷଜ୍ଞ ମାନେ ମତ ଦେଇଥିଲେ। ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ