ବିବାହ ପାଇଁ ରାଜି ନହେବାରୁ ଶାଳିକୁ କାଟିଲା ଭିଣୋଇ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ବିବାହ ପାଇଁ ରାଜି ନହେବାରୁ ଶାଳିକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଗୁରୁତର କରିଛି ଭିଣୋଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ । ଖବରରୁ ଜଣାଯାଇଛି ଯେ ବଡରମ୍ପାସ ଗ୍ରାମର ଶ୍ୟାମ ସୁନ୍ଦର ଜେନାଙ୍କ ବଡଝିଅ ରୁକ୍ମଣୀକୁ ଗତ ୫ବର୍ଷ ପୁର୍ବେ ହାଟଡିହିର ଏଣ୍ଡୁକା ଜେନା ବିବାହ କରିଥିଲା । ବିବାହପରେ ଏଣ୍ଡୁକାର ଏବେ ଏକ ୪ବର୍ଷର ଝିଅ ଅଛି । ଏଣ୍ଡୁକା ଅଧିକାଶଂ ସମୟରେ ଶ୍ୱଶୁର ଘରକୁ ଯିବା ଆସିବା କରୁଥାଏ । ଏବେ ଶାଳୀର ବିବାହ ପ୍ରସ୍ତାବ ଅନ୍ୟ ଆଡେ ପଡିବାରୁ ଏହାକୁ ଏଣ୍ଡୁକା ବିରୋଧ କରି ମୁଁ ତାକୁ ବିବାହ କରିବି ବୋଲି କହି ଆସୁଥିଲା । କିନ୍ତୁ ଶ୍ୟାମସୁନ୍ଦର ଓ ତାଙ୍କ ପରିବାର ଲୋକେ ଏଥିରେ ଅରାଜି ହୋଇଥିଲେ । ଗତକାଲି ଜଣେ ସମ୍ପର୍କୀୟ ମହିଳା ସଙ୍ଗରେ ଯୁବତୀ ଜଣକ ଶୌଚପାଇଁ ଯାଇ ଫେରୁଥିବାବେଳେ ଛକି ରହିଥିବା ଭିଣୋଇ ଏଣ୍ଡୁକା ବିଲ ଭିତରେ ତ।।କୁ ପକାଇଦେଇ ମୋତେ ଯଦି ବିବାହ କରିବୁ କହ ନଚେତ ତୋତେ ମାରିଦେବି ବୋଲି ଧମକ ଦେଇଥିଲା । ସାଙ୍ଗରେ ଯାଇଥିବା ମହିଳା ଜଣକ ଏହାକୁ ବିରୋଧ କରିବାରୁ ଏଣ୍ଡୁକା ଏକ ଧାରୁଆ ଅସ୍ତ୍ରରେ ଯୁବତୀର ଶରୀରର ବିଭିନ୍ନ ସ୍ଥାନକୁ କାଟି ପକାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ହାଟଡିହି ଓ ପରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି । ଏ ସମ୍ପର୍କରେ ଶ୍ୟାମସୁନ୍ଦର ଆଜି ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ