ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ରଥଯାତ୍ରାକୁ ଆଉ ରହିଲା ମାତ୍ର ୭ ଦିନ । ଏନେଇ ରଥ କାମ ଆଗେଇ ଚାଲିଛି| ବର୍ତ୍ତମାନ ରଙ୍ଗ ଦିଆଯିବା ସହ ଚୂଡାନ୍ତ ପର୍ଯ୍ୟାୟ ରୂପ ଦେବାକୁ କାରିଗର ନିମଗ୍ନ ରହିଛନ୍ତି। ମୁଖ୍ୟ ରଥ କାରିଗରଙ୍କ ସହ ସହକାରୀ କାରୀଗରମାନେ ତିନିରଥର ନିର୍ମାଣ ପାଇଁ ଲାଗି ପଡ଼ିଛନ୍ତି I ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ନିର୍ମାଣ କାମ ତଦାରଖ ଓ ସମୀକ୍ଷା କରାଯାଉଛି। ସେହିପରି ପ୍ରଶାସନ ତରଫରୁ ରଥଯାତ୍ରା ପ୍ରସ୍ତୁତିକୁ ନେଇ ସଜବାଜ ହେଉଥିବା ଜଣାପଡ଼ିଛି। ଗତ କିଛି ଦିନ ହେଲା କାରିଗର ବିଭିନ୍ନ କାରଣରୁ ରଥ କାମ ବନ୍ଦ କରିଦେଇଥିବା ବେଳେ ଏବେ ପୁଣି ନିର୍ମାଣ କାମ ଜୋରଦାର ହୋଇଛି.।