ଶିଶୁ ବିଦ୍ୟା ମନ୍ଦିରରେ ତମାଖୁ ବର୍ଜନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ଵ ତମାଖୁ ଦିବସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ମୁଖ୍ୟଅତିଥ ଭାବେ ଜିଲ୍ଲାସ୍ତରୀୟ ଅଧ୍ୟକ୍ଷକ ଡା.ଇନ୍ଦିରା ମହାପାତ୍ର, ଗୁରାଣ୍ଡି ହସ୍ପିଟାଲ୍ ଜନସ୍ବାର୍ଥ ସ୍ବାସ୍ଥ୍ୟ ସଂପ୍ରସାରଣ ଅଧୂକାରୀ ମମତା ପାଢ଼ୀ ଓ ସମାଜସେବୀ ଭାଗବତ ପାଢ଼ୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ଡା. ମହାପାତ୍ର ତମାଖୁ ସେବନର ଭୟାବହତା ସମ୍ବନ୍ଧରେ ଛାତ୍ରଛାତ୍ରଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମର ଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ହୋଇଥିଲା। ଏଥିରେ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଗୁଞ୍ଜନ୍ ମଲାଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୧୦ ଶ୍ରେଣୀ ଛାତ୍ରୀ ରୋଶନୀ ଚୌଧୁରୀ ଦ୍ଵିତୀୟ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ର ଧୂରଜ୍ ବଡରଇତ ତୃତୀୟ ହୋଇଥିଲେ । I କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥ୍ ପୁରସ୍କୃତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ସମେତ ବିଦ୍ୟାଳୟର ସମସ୍ତ ଆ ଆଚାର୍ଯ୍ୟ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଯେ, ମେ ୩୧ ତଥା ବିଶ୍ବ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ହୋଇଥିଲା | ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ଏପରି ସଚେତନତା କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ କହିଛନ୍ତି I


