ଜୀବା ସରପଞ୍ଚଙ୍କ ୩ ଗୋଟି ସନ୍ତାନ ମାମଲା ହାଇକୋର୍ଟରେ ଖାରଜ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଜୀବା ସରପଞ୍ଚ ୩ ଟି ସନ୍ତାନ ଥିବା ସତ୍ୱେ ନିର୍ବାଚନରେ ପ୍ରତିଦ୍ବନ୍ଦୀତା କରି ବିଜୟ ହୋଇଥିଲେ. ଏନେଇ ତାଙ୍କ ପ୍ରତିଦ୍ବନ୍ଦୀ ପାରଳା ଦୌରାଜଜ କୋୖର୍ଟରେ ମାମଲା କରିବାରୁ ଦୌରାଜଜ 3 ଟି ସନ୍ତାନ ଥିବା ଅଭିଯୋଗରେ ସରପଞ୍ଚ ପଦବୀକୁ ଅସିଧ ଘୋଷଣା କରିଥିଲେ. ଏହାକୁ ଚ୍ୟାଲେଞ୍ଜ କରି ସରପଞ୍ଚ ହାଇକୋୖର୍ଟର ଦ୍ୱାରସ୍ଥ ହୋଇଥିଲେ. ହାଇକୋର୍ଟ ଏହି ପିଟିସନକୁ ଖାରଜ କରି ଦେଇଥିବା ସୂଚନା ମିଳିଛି.ଘଟଣାରୁ ପ୍ରକାଶ, ଗତ ୨୦୨୨ମସିହାରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଜୀବା ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଏକାଧିକ ବ୍ୟକ୍ତି ନାମଙ୍କନ କରିଥିଲେ । ଯାଞ୍ଚ ପରେ ଜାନୀ ଆଡାଙ୍ଗ ଶବର ଏବଂ ରବୀନ୍ଦ୍ର ଶବରଙ୍କ ପ୍ରାର୍ଥୀପତ୍ର ଗ୍ରହଣଯୋଗ୍ୟ ହୋଇଥିଲା | ତେବେ, ଆଡାଙ୍ଗ ଶବରଙ୍କ ୩ ସନ୍ତାନ ଥିବା ଦର୍ଶାଇ ପଞ୍ଚାୟତ ଆଇନ ଅନୁସାରେ ସେ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିପାରିବେ ନାହିଁ ବୋଲି ରବୀନ୍ଦ୍ର ଅଭିଯୋଗ କରିଥିଲେ। ହେଲେ, ସେତେବେଳେ ନିର୍ବାଚନ ଅଧିକାରୀ ଏଥିପ୍ରତି କୌଣସି ଗୁରୁତ୍ବ ଦେଇନଥିଲେ । ନିର୍ବାଚନରେ ଆଡାଙ୍ଗ ଶବର ବିଜୟୀ ହୋଇଥିଲେ। ଏ ନେଇ ରବୀନ୍ଦ୍ର ଜିଲ୍ଲା ଦୌରାଜଜ୍ ଅଦାଲତରେ ମାମଲା ରୁଜୁ କରିଥିଲେ। ଏହାର ବିଚାର କରି ଜିଲା ଦୌରାଜଜ୍ ଆଡାଙ୍ଗ ଶବରଙ୍କ ପଦ ଅସିଦ୍ଧ କରିଥିଲେ। ରାୟ ବିରୋଧରେ ଆଡାଙ୍ଗ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଏହାର ବିଚାର କରି ଉଚ୍ଚ ନ୍ୟାୟାଳୟ ତାଙ୍କ ପିଟିସନକୁ ଖାରଜ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ