ରଥଯାତ୍ରା ପୂର୍ବରୁ ପାରଳାରେ ଉଛେଦ କାର୍ଯ୍ୟ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଐତିହାସିକ ରଥଯାତ୍ରା ଦକ୍ଷିଣ ଓଡିଶାରେ ବେଶ ଲୋକପ୍ରିୟ ପାରଳା ରଥଯାତ୍ରାକୁ ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର କୁହାଯାଏ. ଚଳିତ ମାସ ୭ ତାରିଖ ଠାରୁ ପାରଳାରେ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବ । ରଥଯାତ୍ରା ପାଇଁ ଦକ୍ଷିଣ ଓଡିଶା ସମେତ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା, ବିଜୟନଗରମ ଜିଲ୍ଲା, ବିଶାଖାପାଟଣ ଆଦି ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ । ଏହାକୁ ଦୃଷ୍ଟିରେ ରଖି ହଜାର ହଜାର ଭକ୍ତଙ୍କ ସୁରକ୍ଷା ଲାଗି ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ବେଆଇନ ଭାବେ ଦଖଲକୁ ରଥଯାତ୍ରା ଅନୁଷ୍ଠିତ ହେଉଥିବା ମୁଖ୍ୟ ରାଜଦାଣ୍ଡରେ ଆଜି ଜେସିବି ମେସିନ ଲଗାଯାଇ ଉଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି. ଏହି ଉଛେଦ କାର୍ଯ୍ୟକ୍ରମରେ ପ୍ରଶାସନର ଅଧିକାରୀମାନଙ୍କ ସମେତ ପୋଲିସ ଓ ମୁନିସିପାଲିଟି କର୍ମଚାରୀମାନେ ଉପସ୍ଥିତ ରହି ଉଛେଦ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିବା ଦେଖାଦେଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ