ନିଖିଳ ଓଡ଼ିଶା ଜଳସମ୍ପଦ ବ୍ରଟ୍ ଓଭର୍ ୱାର୍କ ଚାର୍ଜଡ୍ ଓ ୱେଜେଶ୍ ରେଗୁଲାର କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧନା

ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):ନିଖିଳ ଓଡ଼ିଶା ଜଳସମ୍ପଦ ବ୍ରଟୋଭର ୱାର୍କ୍ ଚାର୍ଜ୍ଡ ଏବଂ ୱେଜେଶ୍ ରେଗୁଲାର କର୍ମଚାରୀ ସଂଘ ଭୁବନେଶ୍ବର ପକ୍ଷରୁ ସାଧାରଣ ସମ୍ପାଦକ,ଅଜିତ୍ କୁମାର ଦାସ ସଭାପତି,ଶ୍ରୀ ନରେଶ ଚନ୍ଦ୍ର ଭଞ୍ଜ କାର୍ଯ୍ୟକାରୀ ସଭାପତି,ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ,ଉପସଭାପତି ସନ୍ତୋଷ କୁମାର ପତି,ସାଂଗଠନିକ ସମ୍ପାଦକ,ଗୋପାଳ କୃଷ୍ଣ ରାଉଳ,ମନୋଜ କୁମାର ପତି,କୋଷାଧ୍ୟକ୍ଷ, ସରୋଜ କୁମାର ସ୍ବାଇଁ,ବିଜୟ କୁମାର ଚର୍ଚି,କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ପ୍ରଧାନ ଇତ୍ୟାଦି କର୍ମକର୍ତ୍ତା ଓଡ଼ିଶାର ସୁନାମ ଧନ୍ୟ ଓ ଜନପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝିଙ୍କୁ ତାଙ୍କ ବାସଭବନ ସମ୍ମୁଖରେ ପୁଷ୍ପଗୁଛ ଦ୍ଵାରା ସମ୍ବର୍ଦ୍ଧନା ସହିତ ସାଖ୍ୟାତ କରି ଜଳସମ୍ପଦ ବିଭାଗ ଅଧିନରେ କାର୍ଯ୍ୟରତ ଅବସର,ମୃତ ବ୍ରଟ ଓଭର ୱାର୍କ୍ ଚାର୍ଜଡ ଓ ୱେଜେସ୍ ରେଗୁଲାର କର୍ମଚାରୀଙ୍କ ସେଣ୍ଟ୍ରାଲ ପିଜି ଆକ୍ଟ ୧୯୭୨ ଅନୁଯାୟୀ ଏନଏମଆର/ଡିଏଲ୍ଆର ସମୟକୁ ହିସାବ କରି ଗ୍ରଚୁରିଟି ଓ ପୁରୁଣା ପେନସନ ପ୍ରଦାନ ନିମନ୍ତେ ମେମୋରେଣ୍ଡମ୍ ପ୍ରଦାନ କରିଥିଲେ। ପୁର୍ବରୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଅବସର ପ୍ରାପ୍ତ ବ୍ରଟ ଓଭର୍ କର୍ମଚାରୀ ଟାଉନ ହଲ ପଡ଼ିଆରେ ଆୟୋଜିତ ହୋଇଥିବା ବିରାଟ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ରଟ ଓଭର୍ କର୍ମଚାରୀମାନେ ଯଥା ଭଗବାନ ଜେନା,ଶରତ ମହାନ୍ତ,ଶଶିକାନ୍ତ ମହାକୁଡ,ରବୀନ୍ଦ୍ର ଆଇଚ,ଯେଉଁମାନେ କି ଅବସରପରେ ମୁଖ୍ୟ ଶାସନ ସଚିବ, ତଥା ବିଭିନ୍ନ ବିଭାଗ ସଚିବ ପଲିସି ନିଷ୍ପତି ପରେ ଓ ପ୍ରଭଗୀୟ ଲେବର କମିଶନରଙ୍କ ନିର୍ଦ୍ଦେଶାନାମା ଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ଛଡ଼ା ଗ୍ରାଚୁଇଟି ପୈଠ ନିମନ୍ତେ ଜଳ ସମ୍ପଦ ବିଭାଗ,ଭୁବନେଶ୍ଵର, ସବୋଚ ଯନ୍ତ୍ରୀ, ଜଳ ସମ୍ପଦ,ଭୁବନେଶ୍ଵର ନିର୍ଦ୍ଦେଶାନାମା ଦେଉନଥିବାରୁ ବହୁ ଦୁଃଖ ଦୁର୍ଦ୍ଦଶାରେ ପରିବାର ଭରଣ ପୋଷଣ କରୁଥିବାର ଶୁଣି ମାନ୍ୟବର ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ଏହା ଉପରେ ପଦକ୍ଷେପ ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ