ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ଉପଲକ୍ଷେ ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ତରଫରୁ ମଙ୍ଗରାଜ ପଏଣ୍ଟ, କଟକ ପୁରୀ ଜାତୀୟ ରାଜପଥଠାରେ ଯାତ୍ରୀମାନଙ୍କୁ ବିସ୍କୁଟ, ପାଣି, ଲସି ଏବଂ ଚା ବଣ୍ଟନ କରାଯାଇଥିଲା । ଯାତ୍ରୀମାନେ କ୍ଲବର ଏହି କାର୍ଯ୍ୟକ୍ରମକୁ ଭୟସୀ ପ୍ରଶଂସା କରିବା ସହିତ ଜୟ ଜଗନ୍ନାଥ ଧ୍ୱନୀରେ ସ୍ଥାନୀୟ ଅଞ୍ଚଳକୁ ଭକ୍ତିମୟ କରିଥିଲେ । ସଭାପତି, ବିଶିଷ୍ଟ ସମାଜସେବୀ ଲାୟନ ଡଃ ବିପିନ ବିହାରୀ ମଶ୍ର, ସମ୍ପାଦକ ଲାୟନ ଇଂ (ଡଃ) ଅଶ୍ୱିନୀ ସେନାପତି, କୋଷାଧ୍ୟକ୍ଷ ଲାୟନ ବିପିନ ବିଶ୍ୱାଳ, ଲାୟନ ଡଃ ସୁକାନ୍ତି ମିଶ୍ର, ଲାୟନ ତପନ ହରିଚନ୍ଦନ, ଲାୟନ ରାମ ପ୍ରସାଦ ପାତ୍ର, ଲାୟନ ଇଂ ସଞ୍ଜୟ କୁମାର, ଲାୟନ ସ୍ମୃତିସୁଧା ସାହାଣୀ, ଲାୟନ ପ୍ରଶାନ୍ତ ପରିଡ଼ା ପ୍ରମୁଖ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । ଲାୟନ ଇଂ ସିଦ୍ଧାର୍ଥ ମହାନ୍ତିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦନ କରାଯାଇଥିଲା ।ପ୍ରକାଶଥାଉକି, କ୍ଲବ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ହାତକୁ ନେଇ ବୃକ୍ଷରୋପଣ ଭଳି ମହତ୍ କାର୍ଯ୍ୟକୁ ମଧ୍ୟ ସଫଳତାର ସହ ପାଳନ କରାଯାଇଥିଲା ।


