ଦୀନଦୟାଲ ଗୁପ୍ତାଙ୍କୁ ‘ହଲ୍ ଅଫ୍ ଫେମ’ସମ୍ମାନରେ ସମ୍ମାନୀତ
ଡଲାର୍ ଇଣ୍ଡଷ୍ଟ୍ରିର ଲିଃ. ଅଧ୍ୟକ୍ଷ ଇମିରିଟସ୍ ଦୀନଦୟାଲ ଗୁପ୍ତାଙ୍କୁ ପଶ୍ଚିମବଙ୍ଗ ହୋସିୟାରୀ ସଂଘ ପକ୍ଷରୁ ‘ହଲ୍ ଅଫ୍ ଫେମ୍’ ସମ୍ମାନରେ ସମ୍ମାନୀତ କରାଯାଇଛି । ହୋସିୟାରୀ କ୍ଷେତ୍ରରେ ଗତ ୫୦ ବର୍ଷ ଧରି ଶ୍ରେଷ୍ଠତ୍ୱ ପାଇଁ ଦୀନଦୟାଲଙ୍କୁ କେନ୍ଦ୍ରୀୟ ବୟନ ଶିଳ୍ପ ଏବଂ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି ଅବସରରେ ଡଲାର ଇଣ୍ଡଷ୍ଟ୍ରିଜ୍ ଲିଃ.ର ଅଧ୍ୟକ୍ଷ ଇମିରିଟସ୍ ଦୀନଦୟାଲ ଗୁପ୍ତା କହିଲେ,ଇଣ୍ଡିଆନ୍ ନିଟ୍ୱେର ଶିଳ୍ପ କ୍ଷେତ୍ରରେ ଡଲାର କ୍ଷୁଦ୍ର ୟୁନିଟ୍ ଭାବେ କାରବାର ଆରମ୍ଭ କରିଥିବାବେଳେ ଏବେ ଏହା ବିଶ୍ୱ ବଜାରରେ ପ୍ରବେଶ କରିବାକୁ ସକ୍ଷମ ହୋଇପାରିଛି । ସମ୍ପ୍ରତି ଏହାର ବ୍ରାଣ୍ଡ ଆମ୍ବାଓଡର ଭାବେ ଅକ୍ଷୟ କୁମାର କାର୍ଯ୍ୟ କରୁଛନ୍ତି । ଏହା ଶିଶୁ, ମହିଳା ଏବଂ ପୁରୁଷଙ୍କ ଉପଯୋଗୀ ହୋସିୟାରୀ ଏବଂ ଇନରୱେର ପ୍ରସ୍ତୁତ କରିଥାଏ । ଏବେ ଏହା ହୋସିୟାରୀ ବ୍ରାଣ୍ଡ୍ ବିକଶିତ ହୋଇ ବହୁବିଧ ଉତ୍ପାଦ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇପାରିଛି । ପଶ୍ଚିମବଙ୍ଗ ହୋସିୟାରୀ ସଂଘ ଏବଂ ଭାରତୀୟ ବଣିକ ସଂଘ ପକ୍ଷରୁ ମିଳିତ ଭାବେ ନିଟ୍ ୱେର ଶିଳ୍ପର ୧୨୫ ବର୍ଷ ପୂର୍ତି ପାଳନ ଅବସରରେ ଆୟୋଜିତ ଦିନିକିଆ ସମ୍ମିଳନୀରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।


