ଗଳିଗୋପାଳପୁର ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଳକ ଶାସଙ୍ଗ ପଞ୍ଚାୟତ ଗଳିଗୋପାଳପୁର ଗ୍ରାମରେ ନବ ନିର୍ମିତ ଗଙ୍ଗେଶ୍ୱର ମହାଦେବ ମନ୍ଦିର, ସନ୍ତୋସୀ ମା ମନ୍ଦିର ଓ ଭାଗବତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ର ଆଜି ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ପୂର୍ବ ପୁରୁଷରୁ ଗ୍ରାମରେ ଭାଗବତ ଟୁଙ୍ଗି ଥିଲାବେଳେ ପରବର୍ତ୍ତୀ ସମୟରେ ସେଠାରେ ସନ୍ତୋସୀ ମା ଙ୍କ ପୂଜା କରାଯାଉଥିଲା। ସନ୍ତୋସୀ ମାଙ୍କ ପୂଜାରେ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହେବାରୁ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏକ ତିନି ଠାକୁରଙ୍କ ପାଇଁ ମନ୍ଦିର ନିର୍ମାଣ କରାଯାଇ ଆଜି ପ୍ରତିଷ୍ଠା କରାଯାଇଛି। ଗୁରୁବାର ଛେନାପଡି ପଦ୍ମ ପୋଖରୀରୁ ଘଟଉତ୍ତୋଳନ କରାଯାଇ ଗ୍ରାମ ପରିକ୍ରମା କରାଯିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପଣ୍ଡିତ ରବିନ୍ଦ୍ର କୁମାର ପତି ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ଥିଲା। କର୍ତ୍ତା ଭାବେ ଚୈତନ୍ୟ ସା, ଶାନ୍ତିଲତା ସା ଅଭିରାମ ସା, ମହେଶ୍ଵର ସା, ଭୀମସେନ ସା, ସଂଯୁକ୍ତା ଲେଙ୍କା, ସନ୍ଧ୍ୟା ରାଣୀ ଲେଙ୍କା, ସୁଜାତା ଲେଙ୍କା, ପଦ୍ମାବତୀ ଲେଙ୍କା, ସ୍ଵର୍ଣ୍ଣ ଲତା ଲେଙ୍କା, ସ୍ଵର୍ଣ୍ଣ ଜେନାପ୍ରମୁଖ ସାମିଲ ହୋଇଥିବା ବେଳେ ସୌଭାଗ୍ୟ ସା , ଦେବବ୍ରତ ସା, ସୁଧାକର ସା, କୁଳମଣି ସା, ଯଚିନ୍ଦ୍ର ସା, ମୁନା ସାଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବ ରେ ବିଭିନ୍ନ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।


