ସିଏଏ ବିରୋଧୀ ଆନ୍ଦୋଳନ : ଉତ୍ତର ପ୍ରଦେଶରେ ୧୫ ମୃତ, ୮୭୯ ଗିରଫ

ନୂଆଦିଲ୍ଲୀ : ସମଗ୍ର ଦେଶରେ ନାଗରିକତ୍ବ ସଂଶୋଧନକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ଉତ୍ତର ପ୍ରଦେଶରେ ଆନ୍ଦୋଳନ ଭୟଙ୍କର ରୂପ ଧାରଣ କରିଛି । ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ପରେ ପୋଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ୍‌ ଆନ୍ଦୋଳନକାରୀଙ୍କୁ ରୋକିବାକୁ ଯାଇ ପ୍ରାୟ ୫ ହଜାର ଲୋକଙ୍କୁ ଅଟକ ରଖିଥିବା ବେଳେ ୮୭୯ ଜଣଙ୍କୁ ଗିରଫ କରିଛି । ଏହା ସହିତ ସମୁଦାୟ ୧୫ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ନେଇ ଉତ୍ତର ପ୍ରଦେଶ ଡିଜିପି ଓ ପି ସିଂ ପ୍ରକାଶ କରିଛନ୍ତି । ବିଭିନ୍ନ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ ଘଟି ୧୫ ଜଣ ନିହତ ହୋଇଥିବା ବେଳେ ୨୮୮ ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି ବୋଲି ଡିଜିପି ସୂଚନା ଦେଇଛନ୍ତି । ମୃତକ ୧୫ ଜଣଙ୍କ ମଧ୍ୟରୁ ଅଧିକାଂଶ ହିଂସାର ଶିକାର ହୋଇଛନ୍ତି ବୋଲି ଡିଜିପି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ