ମରଣଯନ୍ତା ପାଲଟିଛି ମୋହନା – ଅନ୍ତରବା ପୂର୍ତ୍ତ ବିଭାଗ ରାସ୍ତା

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ବ୍ଲକ ହେଡ୍ କ୍ଵାଟର ଠାରୁ ଅନ୍ତରବା କୁ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ଯାତ୍ରୀ ଙ୍କ ପାଇଁ ମରଣଯନ୍ତା ପାଲଟିଛି l ଗତ ୭ ମାସ ପୂର୍ବେ ଉକ୍ତ ୧୧କିଲୋମିଟର ରାସ୍ତା କୁ ଗ୍ରାମ୍ୟ ନିର୍ମାଣ ବିଭାଗ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରିଥିଲା l ଏହାପରେ ମୋହନା ପୂର୍ତ୍ତ ବିଭାଗ ଅଧୀନରେ ୨ମାସ ପୂର୍ବେ ୨୦ଲକ୍ଷ ଟଙ୍କା ବ୍ୟୟ ଅଟଳକ ରେ ଏହି ରାସ୍ତା ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l କିନ୍ତୁ ମନ୍ଥର ନିର୍ମାଣ କାର୍ଯ୍ୟ ଯୋଗୁଁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଯାତ୍ରୀ ଦୈନନ୍ଦିନ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ରାସ୍ତା ର ବିଭିନ୍ନ ସ୍ଥାନରେ ଥିବା କଲଭର୍ଟ ଗୁଡିକ ମୁକୁଳା ପଡିଛି ଅନ୍ୟପଟେ ଖାଲ ଖମା ରାସ୍ତା ଯୋଗୁଁ ଅନେକ ସମୟରେ ବାଇକ ଆରୋହୀ ମାନେ ଦୁର୍ଘଟଣା ର ଶିକାର ହେଉଥିବା ନଜିର ରହିଛି l ଅତିଶୀଘ୍ର ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରାନଗଲେ ଆଗାମୀ ଦିନରେ ଯେ କୌଣସି ବଡ଼ ଅଘଟଣ ଘଟିବ ଏଥିରେ କୌଣସି ସନ୍ଦେହ ନାହିଁ l ପ୍ରତିଦିନ ଅନ୍ତରବା, ଚୁଡଙ୍ଗପୁର ସମେତ ମୋହନା ବ୍ଲକ ର ପାଞ୍ଚୋଟି ପଞ୍ଚାୟତ ଏବଂ ଆର. ଉଦୟଗିରି ବ୍ଲକ ର ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ ତେଣୁ ଅତିଶୀଘ୍ର ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମାପନ କରିବା ପାଇଁ ଦାବି କରିଛନ୍ତି ଲୋକେ l ଏନେଇ ମୋହନା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାକର ସେଠୀ ଙ୍କ ସହ ଯୋଗାଯୋଗ କରିବାରେ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟ ରେ ବାଧା ଉପୁଜୁଛି ନିର୍ଧାରିତ ସମୟ ସୀମା ମଧ୍ୟରେ ଅତିଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ