ଲଖାରି ଅଭୟlରଣ୍ୟରେ ଜନ୍ତୁ ଶିକାର କରୁଥିଲେ,ଗିରଫ ୪ ଶିକାରୀ କୋର୍ଟ ଚାଲାଣ
ମୋହନା, (ଅଂଶୁମାନ ପଣ୍ଡା):ଶିକାର ବେଳେ ମାଡି ବସିଲା ବନ ବିଭାଗ l ୪ ଶିକାରୀ ଗିରଫ ହୋଇଥିବା ବେଳେ ୨୦ ରୁ ଅଧିକ ଫେରାର ହୋଇଯାଇଛନ୍ତି l ସେମାନଙ୍କ ଠାରୁ ଗୋଟିଏ ଦେଶି ବନ୍ଧୁକ, ବାରୂଦ ଓ ବାଟୁଳି ଜବତ ହୋଇଛି l ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଲଖlରୀ ଅଭୟlରଣ୍ୟରେ ଘଟିଛି ଏଭଳି ଘଟଣା l ଗୁରୁବାର ଅଭିଯୁକ୍ତ ମାନଙ୍କୁ କାବୁ କରାଯାଇଥିବା ବେଳେ ଶୁକ୍ରବାର କର୍ଟ ଚାଲାଣ କରିଛି ବନ ବିଭାଗ l ସେମାନେ ହେଲେ ଶ୍ରୀରାମପୁର ଗାଁର ପୂର୍ଣ୍ଣଚନ୍ଦ୍ର ମଣ୍ଡଳ ((୪୫), ଅଭିମନ୍ୟୁ ମଣ୍ଡଳ (୨୪), ତ୍ରିନାଥପୁର ଗାଁର ଦିବାକର ରଇତ((୨୦) ଓ ଦେବରାଜ ରଇତ(୧୯) l ଖୁବ ଶିଘ୍ର ଅନ୍ୟ ଶିକାରୀ ମାନଙ୍କୁ ଗିରଫ କରାଯିବ ବୋଲି ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ବିନୟ ପ୍ରକାଶ ବୁରୁ କହିଛନ୍ତି l ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଗଜପତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ.ଆନନ୍ଦ ଙ୍କ ନିର୍ଦେଶ କ୍ରମେ ଲଖlରୀ ଅଭୟlରଣ୍ୟର ଭିଷ୍ମଗିରି , ଢେପଗୁଡ଼ା ଅଞ୍ଚଳରେ ପେଟ୍ରୋଳିଂ ଚାଲିଥିଲା l ବନ ବିଭାଗ ପଖରୁ ପେଟ୍ରୋଲିଂ ଚାଲିଥିଲା l ଏହି ସମୟରେ ଢେପାଗୁଡା ପଞ୍ଚାୟତ ଶ୍ରୀରାମପୁର, ତ୍ରିନାଥପୁର ଗାଁର କିଛି ଶିକାରୀ ଦେଶି ବନ୍ଧୁକ ଧରି ଶିକାର କରୁଥିଲେ l ବନ କର୍ମଚାରୀ ଚଢ଼ାଉ କରିଥିଲେ l ବନ କର୍ମଚାରୀଙ୍କୁ ଦେଖି ଶିକାରୀ ମାନେ ଜଙ୍ଗଲରେ ଦୌଡ଼ି ପଳାଇଥିଲେ l ତେବେ ୪ ଜଣ ଶିକାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ବନ କର୍ମଚାରୀ l ପ୍ରାୟ ୨୦ ରୁ ଅଧିକ ଶିକାରୀ ଫେରାର ହୋଇଯାଇଛନ୍ତି l ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର ମୋହନା କୋର୍ଟ ଚାଲାଣ କରାଯାଇଛି l ସେହିପରି ଶୁକ୍ରବାର ଅପରାହ୍ନ ରେ କୁମୁଟିପଙ୍କାଳ ନିକଟରେ ଶିକାର କରିବାକୁ ଯାଉଥିବା ବେଳେ ସୁଦର୍ଶନ ଶବରକୁ ଗିରଫ କରି ଆର ଉଦୟଗିରି କୋର୍ଟ ଚାଲାଣ କରାଯlଇଛି l ଫେରାର ଥିବା ଅନ୍ୟ ୨୦ ଜଣଶିକାରୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଚନ୍ଦ୍ରଗିରି ରେଞ୍ଜର ସୂଚନା ଦେଇଛନ୍ତି l ସୂଚନା ଯୋଗ୍ୟ ଯେ ଲଖlରୀଅଭୟାରଣ୍ୟ ରାଜ୍ୟର ଅନ୍ୟତମ ପ୍ରମୁଖ ହାତୀ ଅଭୟାରଣ୍ୟ ଭାବେ ପରିଚିତ l ଏହି ଅଭୟାରଣ୍ୟରେ ହାତୀ ସମେତ, ବାଘ, ହରିଣ, କୁଟୁରା ଆଦି ବନ୍ୟଜନ୍ତୁ ବାସ କରନ୍ତି l ଶିକାରୀ ମାନଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ଏହି ଅଭୟାରଣ୍ୟ ରେ ହାତୀଙ୍କ ଚଳପ୍ରଚଳ ଦେଖିବାକୁ ମିଳୁନାହିଁ l ଗତ ବର୍ଷ ସେହି ଅଞ୍ଚଳରେ ୭ ଟି କିଆ ହାତୀପଲ ବୁଲୁଥିବା ବେଳେ ବର୍ତ୍ତମାନ ନଜର କୁ ଆସିନାହିଁ l ତେଣୁ ଶିକାରୀ ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହୁଛନ୍ତି ବନାଞ୍ଚଳ ଅଧିକାରୀ l


