ଟ୍ରାକ୍ଟର ଦୁର୍ଘଟଣାରେ ମୃତ ବିଜୟଙ୍କ ପରିବାରକୁ ଭେଟିଲେ ବିଧାୟକ
ହାଟଡିହି, (ବିକାଶ ବିଶ୍ୱାଳ):ଟ୍ରାକ୍ଟର ଦୁର୍ଘଟଣାରେ ମୃତ ବିଜୟଙ୍କ ପରିବାରକୁ ଭେଟିଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ। ମଙ୍ଗଳବାର ବିଳମ୍ବିତ ରାତିରେ ହାଟଡିହି ବ୍ଲକ ମୋଟରାଗଡିଆ ଗ୍ରାମର ବିଜୟ କୁମାର ନାୟକଙ୍କ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁତୁରା କ୍ଷୀରୋଦ ନାୟକ ଗୁରୁତର ଆହତ ହୋଇ କଟକ ବଡ଼ ଡ଼ାକ୍ତରାନାରେ ଚିକିତ୍ସିତ ହେଉଛନ୍ତି। ବିଧାନସଭା ସରିବା ପରେ ଘରକୁ ଆସିଥିବା ବିଧାୟକ ଅଭିମନ୍ୟୁ ସେଠୀ ଏ ଖବର ପାଇ ତୁରନ୍ତ ମୋଟରାଗଡିଆ ଗ୍ରାମରେ ପହଞ୍ଚି ଶୋକାକୁଳ ପରିବାରକୁ ସମବେଦନା ଜଣାଇବା ସହିତ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଉକ୍ତ ପରିବାର ଲୋକଙ୍କୁ କିପରି ସରକାରୀ ସହାୟତା ମିଳିପାରିବ ସେନେଇ ଉପ ଜିଲ୍ଲାପାଳ, ତହସିଲଦାର ଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କ ସହିତ ବିଜେଡ଼ି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର ନାୟକ, ମନୋଜ ମହାନ୍ତି, ବିକ୍ରମ ବିଶ୍ଵାଳ, ରାମଚନ୍ଦ୍ର ସେଠୀ, ନାରାୟଣ ବେହେରା, ଅଭୟ ନାୟକ, ଅନାମ ନାୟକ, ସୁଶାନ୍ତ ରାଉତ, ନରହରି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।