ନୀଳକଣ୍ଠ ନଗର ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୩୮ ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥୀ ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସ୍ନାତ୍ତକ ଓ ସ୍ନାତ୍ତୋକତ୍ତର ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ଭୂମିର ଶୁଭଉଦଘାଟନ କରିଥିଲେ । ଏହାପରେ ମଞ୍ଚାସୀନ ଅତିଥୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଏସ. ମୋହନ ରାଓ ପ୍ରାରମ୍ଭିକ ଭାଷଣ ପ୍ରଦାନ ସହ ଅତିଥୀ ପରିଚୟ ପ୍ରଦାନ କରିଥିବାବେଳେ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ନାରାୟମ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟରେ ବର୍ଷବ୍ୟାପି ସମ୍ପାଦିତ ହୋଇଥିବାରୁ ପ୍ରଧାନ ଆଚାର୍ଯ୍ୟ ଉମାଧବ ମହାନ୍ତି ବିଦ୍ୟାଳୟର କୃତିତ୍ତ୍ୱର ଏକ ବିବରଣୀ ପାଠ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଦୁର୍ନିତିନିବାରଣ ବିଭାଗର ଅଧୀକ୍ଷକ ଶ୍ରୀଯୁକ୍ତ ଦେବଦତ୍ତ ପଟ୍ଟନାୟକ ନିଜର ସାରଗର୍ଭକ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରାଇଥିଲେ । ଚଳିତ ବର୍ଷ ବିଦ୍ୟାଳୟରେ ଅଧ୍ୟୟନରତ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଚୟନ ହୋଇଥିବା ୭୪ଜଣ ଛାତ୍ରଛାତ୍ରୀ , ନାଇଜର ପାଇଥିବା ୨ଜଣ ଛାତ୍ର , ଆଇ.ଆଇ.ଟି ପାଇଥିବା ୩ଜଣ ଛାତ୍ର , ଆଇଜରର ୮ଜଣ ଛାତ୍ରଙ୍କୁ ମୁଖ୍ୟ ଅତିଥୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା , ରାଜ୍ୟ ରବରବୋର୍ଡ ସଭାପତି ଭୃଗୁ ବକ୍ସି ପାତ୍ର , ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଲକ୍ଷ୍‌ମୀକାନ୍ତ ତ୍ରିପାଠୀ , ପରିଚାଳନା ସମିତିର ଅଧ୍ୟକ୍ଷ ତଥା ପୋଲସୋରା ବିଧାୟକ ଶ୍ରୀକାନ୍ତ ପାତ୍ର ପ୍ରମୁଖ ଯୋଗଦେଇଥିଲେ । ସଭାକାର୍ଯ୍ୟର ଶେଷ ପର୍ଯ୍ୟାୟରେ ପରିଚାଳନା ସମିତିର ଯୁଗ୍ମ ସମ୍ପାଦିକା ଶ୍ରୀମତି ଇଂ. ମମତା ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନାନ୍ୟ ଅତିଥୀଙ୍କ ମଧ୍ୟରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ରବିନ୍ଦ୍ର ନାଥ ଜେନା , ଉପଦେଷ୍ଟା ନରସିଂହ ଚୌଧୁରୀ , ଧର୍ମରାଜ ସାହୁ , ହରିକୃଷ୍ଣ ପାଢୀ , ସୁଦର୍ଶନ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ