ମୋହନା ମେଡିକାଲରେ ଦୁର୍ନିତି ଅଭିଯୋଗ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ହେଉଥିବା ବିଭିନ୍ନ ଦୁର୍ନିତି ଅଭିଯୋଗ ର ତଦନ୍ତ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଏମ ଏମ ଅଲି l ଶୁକ୍ରବାର ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ମୋହନା ମେଡିକାଲ ରେ ପହଞ୍ଚି ତଦନ୍ତ କରିବା ସହ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି l ମୋହନା ମେଡିକାଲରେ କାର୍ଯ୍ୟରତ ଥିବା ଜଣେ ଏମଆର ସଞ୍ଜୁ ବେହେରା ଙ୍କୁ ବିନା କାରଣରେ ଚାକିରିରୁ ବାହାର କରିଥିବା ନେଇ ଅଭିଯୋଗ ହୋଇଥିଲା l ଏ ନେଇ ସଞ୍ଜୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲାପାଳ ଓ ଏସପି ଙ୍କ ଠାରେ ଅଭିଯୋଗ କରିଥିଲେ l ସେ ପ୍ରସୂତି କାଳୀନ ଛୁଟିରେ ଯାଇଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ.ଜୟ ପଣ୍ଡା ତାଙ୍କୁ ବିନା କାରଣରେ ଚାକିରିରୁ ବାହାର କରି ମୋଟା ଅଙ୍କର ଲାଞ୍ଚ ନେଇ ଅନ୍ୟ ଜଣକୁ ନିଯୁକ୍ତି ଦେଇଥିବା ସଞ୍ଜୁ ଅଭିଯୋଗ କରିଛନ୍ତି l ଏବେ ସେ ବେକାର ହୋଈ ଛୋଟ ଛୁଆ କୁ ଧରି ଘରେ ବସିଛନ୍ତି l ତେଣୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ପୁଣି ନିଯୁକ୍ତି ପ୍ରଦାନ କରିବାକୁ ଦାବି କରିଥିଲେ ସଞ୍ଜୁ l ସେହିପରି କର୍ମଚାରୀଙ୍କ ମାସିକ ଦରମା କରିବାକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଲାଞ୍ଚ ମାଗୁଥିବl ମଧ୍ଯ ଅଭିଯୋଗ ହୋଇଛି l ମେଡିକାଲ ରେ ଡାକ୍ତର ସମସ୍ୟା, ଏକ୍ସରେ ସମସ୍ୟା, ରୋଗୀଙ୍କ ପାଇଁ ଶୌଚାଳୟ ସମସ୍ୟା, ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ ରେ ବିଳମ୍ବ, ଆଦି ସମସ୍ୟା ଥିବାବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏହାକୁ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି l ଏସବୁ ଅଭିଯୋଗର ତଦନ୍ତ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ l ଏହି ଅବସରରେ ବିଜେପି ମୋହନା ମଣ୍ଡଳ ସଭାପତି ସତ୍ୟ ନାରାୟଣ ଦଣ୍ଡସେନା ଙ୍କ ନେତୃତ୍ୱରେ , ବିଜେପି ମଣ୍ଡଳ ସମ୍ପାଦକ ପ୍ରଭାତ ପାତ୍ର, କୋଷାଧ୍ୟକ୍ଷ ସୁଧୀର ପାଇକ, ସାମ୍ୱାଦିକ ଅଂଶୁମାନ ପଣ୍ଡା, ଓ ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ତୁରନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ଏଠାରୁ ବଦଳି କରିବା ସହ ଏଠାରେ ୫ ବର୍ଷରୁ ଅଧିକ ଧରି ରହିଥିବl କର୍ମଚାରୀଙ୍କୁ ବଦଳି ଦାବି କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ