ବେଲଗୁଣ୍ଠାରେ ନିଶା ନିବାରଣ ବ୍ରତ ପାଳନ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା,(ସନ୍ତୋଷ କୁମାର ବିଷୋଇ):ଆସନ୍ତା ରାକ୍ଷୀ ପୂର୍ଣ୍ଣମୀରେ ନିଶା ନିବାରଣ ବ୍ରତ ପାଳନ ନିମନ୍ତେ ସମ୍ବାଦ ସାହିତ୍ୟ ଘର ରାଜ୍ୟ ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ୱାନ କରିଥିବା ବେଳେ ଆଜି ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲାଲ ପତିଙ୍କ ଅଧ୍ୟକ୍ଷତାରେ ବେଲଗୁଣ୍ଠା ବଡ଼ ଦାଣ୍ଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପରିସରରେ ଉକ୍ତ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ପ୍ରାୟ ଦେଢଶହରୁ ଦୁଇଶହ ପୁରୁଷ ଓ ମହିଳା ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି I ଏହି କାର୍ଯ୍ୟକ୍ରମରେ ମହିଳା ମାନେ ପୁରୁଷ ମାନଙ୍କ ହାତରେ ରକ୍ଷା ବନ୍ଧନ କରିବେ ଏବଂ ପୁରୁଷ ମାନେ ରାକ୍ଷୀ ଉପହାର ସ୍ଵରୂପ ନିଶା ଠାରୁ ଦୂରେଇ ରହିବା ପାଇଁ ଶପଥ ଗ୍ରହଣ କରିବେ I ଏନେଇ ଜାରି ହୋଇଥିବା ସମ୍ପୂର୍ଣ୍ଣ ମାର୍ଗଦର୍ଶିକା ଉପରେ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା I କାର୍ଯ୍ୟକ୍ରମ ସକାଳ ଦଶ ଘଣ୍ଟା ତିରିଶି ମିନଟ୍ ଠାରୁ ଏଗାର ଘଣ୍ଟା ତିରିଶ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ I ଏଥିରେ ବେଲଗୁଣ୍ଠା ପ୍ରେସକ୍ଲବର ସମସ୍ତ ସଦସ୍ୟ, ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା, ସମ୍ବାଦ ସାହିତ୍ୟ ଘରର ସମସ୍ତ ସଦସ୍ୟଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯିବା ପାଇଁ ଆଲୋଚନା ହୋଇଥିଲା I ଆଜିର ବୈଠକରେ ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ତଥା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ବେହେରା, ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସମ୍ପାଦକ କାଶୀନାଥ ସାହୁ,ଝାଡ଼ବନ୍ଧ ସମ୍ବାଦ ସାହିତ୍ୟ ଘର ସମ୍ପାଦକ ସନ୍ତୋଷ କୁମାର ବିଷୋୟୀ,ଗୋବରା ସମ୍ବାଦ ସାହିତ୍ୟ ଘର ସହ ସମ୍ପାଦକ ଶିଶିର କୁମାର ସ୍ୱାଇଁ,ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ,ସାମ୍ବାଦିକ ଶିବରାମ ଚୌଧୂରୀ,ସରୋଜ କୁମାର ଶତପଥି, ଗୁରୁଜୀ ସନ୍ତୋଷ କୁମାର ପତି, ବସନ୍ତ କୁମାର ଶତପଥି, ଶିବରାମ ରାଉତ,ଗୂରୂମା ସୁଜାତା ପଣ୍ଡା, ମାଧୁରୀ ମୁନି, ସିମ୍ରାନ୍ ବେଗମ୍ ପ୍ରମୁଖ ଉପସ୍ଥିତ ଥିଲେ I ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିଭିନ୍ନ କାର୍ଯ୍ୟକ୍ରମ ତଥା ରକ୍ତଦାନ ଶିବିର, ବୃକ୍ଷରୋପଣ ,ସାହିତ୍ୟ ସଂଗଠନର ସୁପ୍ରଭାବ ଲୋକଙ୍କ ଉପରେ ପଡ଼ିଥିବା ବେଳେ ନିଶା ନିବାରଣ ଭଳି ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ସମସ୍ତେ ତାଙ୍କୁ ଧନ୍ୟବାଦ ଦେଇଥିଲେ I ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ ଗ୍ରାମରେ କରିବା ପାଇଁ ପ୍ରସ୍ତାବ ଦେଇଥିଲେ I ସାମ୍ବାଦିକ ସଦାଶିବ ପାଣିଗ୍ରାହୀ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ