ରେମୁଣା ବିଜେପି କାର୍ଯ୍ୟାଳୟରେ ସ୍ବାଧିନତା ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଗୁରୁବାର ସକାଳ ୮ ଘଟିକା ସମୟରେ ରେମୁଣା ବିଜେପି କାର୍ଯ୍ୟାଳୟରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସ୍ବାଧିନତା ଦିବସ ପାଳନ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ରେମୁଣା ତଥା ସରକାରୀ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଉପସ୍ଥିତ ରହି ଜାତୀୟ ପତକା ଉତ୍ତୋଳନ କରିଥିଲେ। ଏହା ପରେ ସମସ୍ତେ ଏକ ସ୍ଵରରେ ଜାତୀୟ ସଙ୍ଗୀତ ଗାନ କରିଥିଲେ।ବିଧାୟକ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ନିଜ ଅଭିଭାଷଣ ମାଧ୍ୟମରେ ଦେଶର ସ୍ଵାଧୀନତା ପାଇଁ ନିଜ ଜୀବନର ବଳିଦାନ ଦେଇଥିବା ସମସ୍ତ ବିର ମହାପୁରୁଷ ମାନଙ୍କୁ ମନେପକାଇଥିଲେ। ଏହି ମହାପୁରୁଷ ମାନଙ୍କ ବଳିଦାନ ପାଇଁ ଆଜି ଆମ ଦେଶ ସ୍ବାଧୀନ ହୋଇଛି ଏବଂ ଏଥି ମଧ୍ୟରୁ କିଛି ମହାପୁରୁଷ ଙ୍କ ନାମ ମଧ୍ୟ ଇତିହାସରେ ସ୍ଥାନ ପାଇପରିନାହିଁ। ଇତିହାସରେ ସେମାନଙ୍କ ନାମକୁ ଲିପିବଦ୍ଧ କରାଗଲେ ଆଗାମୀ ପିଢ଼ି ସେ ମହାପୁରୁଷ ମାନଙ୍କୁ ମାନେ ରଖିବେ ବୁଲି ବିଧାୟକ ପ୍ରତିନିଧି ତଥା ମଣ୍ଡଳ ସଭାପତି ଗିରିଧାରୀ ଦାସ ସମସ୍ତଙ୍କୁ କହିଥିଲେ। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟା ଶୋଭନା ମହାନ୍ତି,ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀଣି ସଦସ୍ୟ ସୁବୋଧ ଚନ୍ଦ୍ର ପଣ୍ଡା,ଜିଲ୍ଲା ଅନୁସୂଚୀତ ଜନଜାତି ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି,ମହେଶ୍ୱର ଗିରି ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ