ହାଟଡ଼ିହି ବ୍ଲକର ବିଭିନ୍ନ ସ୍ଥାନରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକର ବିଭିନ୍ନ ସ୍ଥାନରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବଞ୍ଚୋ ଛକ ଠାରେ ମାର୍କଣ୍ଡ ଚରଣ ଓଝାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରାହି ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରି ଆଲମଣି ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବରାହି ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ସୁଧାକର ଓଝା, ସୁଶାନ୍ତ ଓଝା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଶାସଙ୍ଗ ପଞ୍ଚାୟତରେ ସରପଞ୍ଚ ମଧୁମିତା ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲା ବେଳେ ଶାସଙ୍ଗ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିଥିଲେ। ଏଥିରେ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟା ସଭ୍ୟା, ପିଇଓ, ଜିଆରଏସ ଉପସ୍ଥିତ ଥିଲେ। ସେହିପରି ହାଟଡ଼ିହି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଚିନ୍ମୟ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ହାଟଡ଼ିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିବା ବେଳେ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ। ସେହିପରି ହାଟଡ଼ିହି ବିଜେପି କାର୍ଯ୍ୟାଳୟରେ ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଛେନାପଦି ବଜାର କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ବରିଷ୍ଠ କର୍ମକର୍ତ୍ତା ପଞ୍ଚାନନ ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସାଇସ କମ୍ପ୍ୟୁଟରର ଛାତ୍ରଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ସେହିପରି ବଞ୍ଚୋ ପଞ୍ଚାୟତରେ ସରପଞ୍ଚ ପ୍ରସାନ୍ତ ରାଉତ, ପଞ୍ଚୁଗୋଛିଆ ପଞ୍ଚାୟତରେ ସରପଞ୍ଚ ଦିନେଶ ସେଠୀ, ବଡ଼ରମ୍ପାସ ପଞ୍ଚାୟତ ରେ ସରପଞ୍ଚ ରବିନ୍ଦ୍ର ଜେନା, ଗେଦମା ପଞ୍ଚାୟତରେ ସରପଞ୍ଚ ସିଲାରାଣୀ କାଣ୍ଡି, ଢେଙ୍କା ପଞ୍ଚାୟତରେ ସରପଞ୍ଚ ସୁବାସିନି ସେଠୀ, ବାଙ୍ଗୋର ପଞ୍ଚାୟତରେ ସରପଞ୍ଚ ଅଙ୍କିତା ପଢ଼ିଆରୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଉଦବୋଧନ ଦେଇଥିଲେ। ସେହିପରି ଶାସଙ୍ଗ ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ଵାଳ, ହାଟଡିହି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପରମାନନ୍ଦ ପରିଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ