ପଦ୍ମଶ୍ରୀ ଗୀତା ମହାଳିକ ଡଃ ସ୍ନେହପ୍ରଭା ସାମନ୍ତରାୟଙ୍କୁ ଗୁରୁନମନ ଜୀବନବ୍ୟାପି ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶୀନୃତ୍ୟ ଅନୁଷ୍ଠାନ ନୃତ୍ୟଧାମ ପକ୍ଷରୁ ଅନୁଷ୍ଠିତ ସର୍ବଭାରତୀୟ ଶାସ୍ତ୍ରୀୟ ନୃତ୍ୟପର୍ବ ଏବଂ ଗୁରୁ ନମନ ନୃତ୍ୟ ଓ ସଙ୍ଗୀତ ଉତ୍ସବ-୨୦୨୪ ଦ୍ୱିତୀୟ ସନ୍ଧ୍ୟା ବେଶ୍ ଉତ୍ସାହର ସହିତ ଉଦ୍‌ଯାପିତ ହୋଇଯାଇଛି । ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦିଲ୍ଲୀରୁ ଆସିଥିବା ପଦ୍ମଶ୍ରୀ ଗୀତା ମହାଳିକ, ଡଃ ସ୍ନେହପ୍ରଭା ସାମନ୍ତରାୟଙ୍କୁ ଗୁରୁନମନ ଜୀବନବ୍ୟାପୀ ସମ୍ମାନରେ ସମ୍ମାନିତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ଅବସରପ୍ରାପ୍ତ ଆଇଏଏସ୍ ଡଃ ଅଲେଖ ଚନ୍ଦ୍ର ପଡ଼ିହାରୀ, ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ନୃତ୍ୟଗୁରୁ ଚପଳା ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବର ଦ୍ୱିତୀୟ ଦିନରେ ଗୁରୁ ଶ୍ରୀ ଦୁର୍ଗାଚରଣ ରଣବୀର, କଲିକତାରୁ ଆସିଥିବା ଗୁରୁ ଆଲୋକା କାନୁନଗୋ, ଗୁରୁ ସୁଜାତା ମହାପାତ୍ର ଓ ଡଃ ଶୁଭଶ୍ରୀ ପଟ୍ଟନାୟକ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ଦର୍ଶକମଣ୍ଡଳୀଙ୍କୁ ବିମୋହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ