ହାଟଡିହି ବ୍ଲକ ରେ ନିର୍ମାଣଧୀନ ସେଣ୍ଟ୍ରାଲ ଲାଇବ୍ରେରୀ କୁ ଆମ୍ବେଦକର ଙ୍କ ନାମରେ ନାମକରଣ ପାଇଁ ଜିଲ୍ଲାପାଳ ଙ୍କୁ ଭେଟିଲେ ସତ୍ୟବ୍ରତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ନିର୍ମାଣଧୀନ ସେଣ୍ଟ୍ରାଲ ଲାଇବ୍ରେରୀ କୁ ଆମ୍ବେଦକର ଙ୍କ ନାମରେ ନାମକରଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ଯୁବ ସମାଜସେବୀ ସତ୍ୟବ୍ରତ ଜେନା । ଆଜି ହାଟଡିହି ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ସତ୍ୟବ୍ରତ ଜେନା ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ମାଧ୍ୟମରେ ଜଣାଇଛନ୍ତି କି ଆନନ୍ଦପୁର ଉପଖଣ୍ଡ ଏବଂ ହାଟଡିହି ବ୍ଲକ ରେ କୌଣସି ଯୋଜନା ଏବଂ ସ୍ଥାନ କିମ୍ବା ଅଫିସର ନାମ ଭାରତରତ୍ନ ସମ୍ବିଧାନ ନିର୍ମାତା ଡ଼.ଆମ୍ବେଦକରଙ୍କ ନାମରେ ନାମ କରଣ ହୋଇନାହିଁ। ତେଣୁ ହାଟଡିହି ବ୍ଲକ ମଠ ଠାରେ ନିର୍ମାଣ ଚାଲିଥିବା କେନ୍ଦ୍ରୀୟ ଲାଇବ୍ରେରୀ ଗୃହ କୁ ଡ଼. ଭୀମରାଓ ଆମ୍ବେଦକର ନାମରେ ନାମିତ କଲେ ବାବା ସାହେବଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କୁ ଏହା ଆମର ଶ୍ରେଷ୍ଠ ସମ୍ମାନ ହେଇପାରିବ ବୋଲି ସେ ଜଣାଇଛନ୍ତି । ଡ଼. ଆମ୍ବେଦକର ସମସ୍ତଙ୍କ ଶିକ୍ଷା ପାଇଁ ଲଢ଼େଇ ଲଢ଼ିଥିବା ଜ୍ଞାନୀ ଗୁଣି ବ୍ୟକ୍ତିତ୍ୱ ବହୁ ଡିଗ୍ରୀ ଏବଂ ପ୍ରତିଭାର ଅଧିକାରୀ ସହ ଆମ ଦେଶର ସମ୍ବିଧାନ ନିର୍ମାଣ କରିଥିବା ବ୍ୟକ୍ତିତ୍ୱଙ୍କ ନାମରେ ଏହା ନାମକରଣ କରିବା ପାଇଁ ଜନ ସାଧାରଣ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି। ଜିଲ୍ଲାପାଳ ଏବଂ ବିଡ଼ିଓ ମଧ୍ୟ ଏହି ପ୍ରସ୍ତାବ ଉପରେ ନିଶ୍ଚୟ କାର୍ଯ୍ୟକାରୀ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି ବୋଲି ସତ୍ୟବ୍ରତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ