ଇତିହାସ ବିଭାଗ ପକ୍ଷରୁ ଆଲୋଚନା ଚକ୍ର

ପୋଲସରା,(ୱାଏନଏସ):ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ଇତିହାସ ବିଭାଗ ପକ୍ଷରୁ ଓଡିଶାରେ ଭୌମକର ରାଜତ୍ୱ ସମ୍ବନ୍ଦରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ପରିଚାଳନା ପରିଷଦର ସଭାପତି ରଜନୀକାନ୍ତ ଭଟ୍ଟ ଅଧ୍ୟକ୍ଷତା କରିଥିଲେ। ଇତିହାସ ବିଭାଗ ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈଙ୍କ ତତ୍ତ୍ୱାବଧାନରେ ବିଭାଗର ଶେଷ ବର୍ଷର ଛାତ୍ର ମନୋରଞ୍ଜନ ପ୍ରଧାନ ପ୍ରବନ୍ଧ ପାଠ କରିଥିଲେ। ଏହି ଆଲୋଚନା ଚକ୍ରରେ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାଶ ଓଡିଶା ଇତିହାସ ରେ ଭୌମକର ରାଜା ଓ ରାଣୀ ବୃନ୍ଦଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପିକା ରଶ୍ମିତା କୁମାରୀ ପଟନାୟକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଅଧ୍ୟାପିକା ସସ୍ମିତା ସାମନ୍ତରା ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ