ସାପ କାମୁଡ଼ାରେ ନାବାଳକ ଛାତ୍ର ମୃତ, ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମହଲରେ ଶୋକର ଛାୟା

ହିଞ୍ଜିଳିକାଟୁ,(ସେସଦେବ ସାହୁ): ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଶନିବାର ବିଳମ୍ବିତ ରାତିରେ ଜଣେ ନାବାଳକ ଛାତ୍ରଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପୋଡିଙ୍ଗି ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ମିଲନ ଗୈାଡ(୧୦) । ପ୍ରକାଶ ଯେ, ମିଲନ ରାତ୍ର ଭୋଜନ ସାରି ଘରେ ଶୋଇଥିବା ବେଳେ ଘର ଭିତରକୁ ଏକ ବିଷୟର ସାପ ପଶିଆସି ମିଲନଙ୍କ ଗୋଡକୁ କାମୁଡି ଦେଉଥିଲା।‌ ଯନ୍ତ୍ରଣାରେ ମିଲନଙ୍କ ଚିତ୍କାର ଶୁଣି ଏବଂ ନିକଟରେ ଏକ ସାପକୁ ଦେଖି ପରିବାର ଲୋକେ ନାବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧିନ ସମୟରେ ମିଲନଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ବ୍ରହ୍ମପୁର ମେଡ଼ିକାଲ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ମୃତଦେହକୁ ଜବତ କରିଛି। ରବିବାର ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଖବର ପ୍ରଚାରିତ ହେବା ପରେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଥାଉକି, ଶନିବାର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ଅନୁଷ୍ଠିତ ହିଞ୍ଜିଳିକାଟୁ ବ୍ଳକ ସ୍ତରୀର କୁଇଜ୍ ପ୍ରତିଯୋଗିତାରେ ମିଲନ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୂତ ହୋଇଥିଲେ। ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧର ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତିି। ରବିବାର ଛୁଟି ରହିଥିବାରୁ ସୋମବାର ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ