ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ପକ୍ଷରୁ ଗୁରୁ ଦିବସ ପାଳନ

ବ୍ରହ୍ମପୁର,(ଅନିଲ କୁମାର): ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ପକ୍ଷରୁ ନିଜସ୍ୱ କାର୍ଯ୍ୟାଳୟ ସ୍ନେହମ ଠାରେ ଗୁରୁ ଦିବସ ପାଳନ କରାଯାଇଛି। ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ସଦସ୍ୟ ତଥା ଚକ୍ଷୁବିଭାଗର ମୁଖ୍ୟ ପ୍ରଫେସର ବି.ନାଗେଶ୍ୱର ରାଓ ସୁବୁଦ୍ଧି, କାର୍ଯ୍ୟରତ ଅନାଟମି ବିଭାଗର ମୁଖ୍ୟ ପ୍ରଫେସର ଜେ.ସାଗର ପୃଷ୍ଟି, ସଂକଳ୍ପ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇ.
ସ୍ବର୍ଣ୍ଣାଲତା, ବସନ୍ତ ଏକାଡେମୀର ଶିକ୍ଷକ ବସନ୍ତ କୁମାର ସାହୁ, ଶ୍ରୀନିବାସ ମହାପାତ୍ର, ଶିକ୍ଷୟିତ୍ରୀ ସିଲା ସ୍ୱର୍ଣ୍ଣଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଛି। ସମସ୍ତ ସମ୍ମାନିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗୁରୁ ଦିବସର ଗୁରୁତ୍ୱ ବିଷୟରେ କହିଥିଲେ। କାର୍ଯ୍ୟକ୍ରମରେ କ୍ଳବର ସଭାପତି ଏମ. ବିଦ୍ୟାସାଗର, ସମ୍ପାଦକ ସତ୍ୟକାଂ ପାତ୍ର, ସହ ସମ୍ପାଦକ ପି.ଶ୍ରୀକାନ୍ତ ସେନାପତି, ଯେ.ସୁରେଶ, ଇ.ଟି.ରାଓ, ଡ଼ା. ଜେ.ସୋମେଶ୍ୱର ରାଓ, ଇ.ଡି.ପାତ୍ର, କେ.ନନ୍ଦେଷୁ ସେନାପତି, କେ.ସଂଯୁକ୍ତା,ଜି.ସନ୍ତା ଡ.ବାନିଶ୍ରୀ, କେ.ଅର୍ଚନା, ପି.ତାନ୍ୟା ଓ ବହୁ ସଭ୍ୟା, ସଭ୍ୟ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ