ବିଜେପିର ସାମ୍ବାଦିକ ସମ୍ମିଳନୀ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଘୁମୁସର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଶୁକ୍ରବାର ବିଜେପିର ସଦସ୍ୟତା ଅଭିଯାନ-୨୦୨୪ ପ୍ରସଙ୍ଗରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ନଗର ବିଜେପି ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ ଓ ସମ୍ମାନିତ ଅତିଥି ରୂପେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର କୁମାର ମିଶ୍ର, ଜିଲ୍ଲା ସଦସ୍ୟତା ପ୍ରଭାରୀ ତଥା ଜିଲ୍ଲା ସାଧାରଣ ସମ୍ପାଦକ ନୀଳ ମାଧବ ପାତ୍ର, ସାଧାରଣ ସମ୍ପାଦକ ଅନିଳ କୁମାର ପଣ୍ଡା, ନାରାୟଣ ବେହେରା, ରାମକୃଷ୍ଣ ମହାଙ୍କୁଡ ଓ ଜିଲ୍ଲା ଉପସଭାପତି ମାଧବ ଗୌଡ଼ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ସ୍ଵାଇଁ ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନ ମୋହନ ସାମଲଙ୍କ ଆହ୍ବାନ କ୍ରମେ ରାଜ୍ୟରେ ବିଜେପି ପକ୍ଷରୁ ରାଜ୍ୟ ସ୍ତରୀୟ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସଦସ୍ୟତା ଅଭିଯାନର ଆଭିମୁଖ୍ୟ ଓ ତୃଣ ମୂଳସ୍ତରରେ ଏହାର ସଫଳତା ହାସଲ ଉଦ୍ଦେଶ୍ୟରେ ଚଳିତ ମାସ ୧ ତାରିଖରେ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦସ୍ୟତା ଗ୍ରହଣ କରି ଅଭିଯାନର ଶୁଭାରମ୍ଭ କରିଥିଲେ। ଗତ ୨ ତାରିଖରେ ମାନ୍ୟବର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସଦସ୍ୟ ଭାବେ ପ୍ରଥମେ ଓଡ଼ିଶାରେ ରାଜ୍ୟ ସ୍ତରୀୟ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିଥିଲେ। ସହର ଠାରୁ ଗ୍ରାମାଞ୍ଚଳ ସ୍ତରରେ ଶିକ୍ଷାର୍ଥୀ,ମହିଳା, ଶ୍ରମିକ, ଅବହେଳିତ,ବୁଦ୍ଧିଜୀବି ଏବଂ ସମସ୍ତ ବର୍ଗର ଜନ ସଧାରଣଙ୍କୁ ସଦସ୍ୟତା ଅଭିଯାନରେ ସାମିଲ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରବାଦ , ଜାତୀୟତାବାଦ ସହ ଏକ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ସଂଗଠନକୁ ଅଧିକ ସୁଦୃଢ଼ ନିମନ୍ତେ ଘରକୁ ଘର ବୁଲି ସଦସ୍ୟତା ଗ୍ରହଣ କରିବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପରାମର୍ଶ ଦେଇଥିଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ ସରକାର ଆରମ୍ଭ ହୋଇଛି। ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ଵୟ ରଖି ଲୋକଙ୍କ ସେବା କରିବା ପାଇଁ ଆମ ଦଳର ଲକ୍ଷ୍ୟ ରହିଛି। ଏଣୁ ସମସ୍ତେ ନିଷ୍ଠାର ସହ ସଦସ୍ୟତା ଅଭିଯାନକୁ ତୃଣମୂଳ ସ୍ତରରୁ ଆରମ୍ଭ କରିବା ପାଇଁ ଆହୁତ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶ୍ରୀ ସ୍ଵାଇଁ ଆଶା ବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନୀତିଶ କୁମାର ପଣ୍ଡା, ନାରାୟଣ ଗୌଡ଼, ଉଦୟ ପ୍ରଧାନ, ଅମର ବରଡ, ଗୌରାଙ୍ଗ ଗୌଡ଼ ଓ ଦୁଷ୍ମନ୍ତ ସାହୁ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ