୫୭୦୦ ବର୍ଷ ତଳର ଚୁଇଁଙ୍ଗମ୍‌

ବୈଜ୍ଞାନିକମାନେ ଅନେକ ସମୟରେ ଏମିତି କିଛି ଜିନିଷ ଠାବ କରିଥାଆନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଦକ୍ଷିଣ ଡେଲ୍‌ମାର୍କର ସିଲ୍‌ଥୋଲମ ଅଞ୍ଚଳରେ ପ୍ରତ୍ନତାତ୍ୱିକ ବିଭାଗ ପକ୍ଷରୁ ଖନନ ସମୟରେ ଏପରି ଏକ ଜିନିଷ ହାତରେ ଲାଗିଛି ଯାହା ନୂଆ ଗବେଷଣା ପାଇଁ ବାଟ କାଢିଦେଇଛି । ବୈଜ୍ଞାନିକ ଓ ଗବେଷକମାନେ ଏଠାରୁ ପାଇଛନ୍ତି ୫୭୦୦ ବର୍ଷ ପୁରୁଣା ଏକ ଚୁଇଁଙ୍ଗମ । ଯାହା ସାହାଯ୍ୟରେ ସେମାନେ ପାଷାଣ ଯୁଗର ଜଣେ ମହିଳାଙ୍କ ଡିଏନଏ ଚିହ୍ନଟରେ ସଫଳତା ପାଇଛନ୍ତି । ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ମଣିଷର ଅସ୍ଥି କଙ୍କାଳକୁ ଛାଡ଼ି ଅନ୍ୟ ଏକ ନମୁନାରୁ ଗୋଟିଏ ଯୁଗର ମଣିଷର ଡିଏନ୍‌ଏକୁ ଚିହ୍ନଟ କରିପାରିଛନ୍ତି । ରିପୋର୍ଟ ଅନୁସାରେ ଯେଉଁ ମହିଳା ଜଣକ ଏହି ଚୁଇଁଙ୍ଗମ ଚୋବାଇ ଥିଲେ ତାଙ୍କ ଚୁଟିର ରଙ୍ଗ କଳା ଥିଲା । ଆଖି ନୀଳ ଥିଲା । ବୈଜ୍ଞାନିକମାନେ ଏହି ମହିଳାଙ୍କ ନାମ ଲୋଲା ରଖିଛନ୍ତି । ସେମାନେ କହିଛନ୍ତି ଯେ, ସେହି ଯୁଗରେ ଲୋଲା ଯେଉଁଠି ରହୁଥିଲେ ସେଠାରେ ଲୋକେ ମୁଖ୍ୟତଃ ମାଛ ଧରିବା କାମ କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ