ଗୋପୀନାଥପୁର ଠାରୁ ନୀଳାଦ ପର୍ଯ୍ୟନ୍ତ ନିର୍ମାଣ ହେବ ନୂତନ ରାସ୍ତା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ନିର୍ବାଚନ ସମୟରେ ସଦର ବିଧାୟକ ମାନସ କୁମାର ଦତ୍ତ ଦେଇଥିବା ପ୍ରତିଶୃତି ପୂରଣ ପାଇଁ ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି । ଏହି କ୍ରମରେ ଗୋପୀନାଥପୁର ଠାରୁ ନୀଳାଦ ପର୍ଯ୍ୟନ୍ତ୍ ରାସ୍ତାର ପୁନଃ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି । ଏ ନେଇ ଗୋପୀନାଥପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ସଦର ବିଧାୟକ ଶ୍ରୀ ଦତ୍ତଯୋଗଦେଇ ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କରିବା ସହ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ପାଇଁ ଅଧିକାରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ନୂତନ ଭାବେ ଦାୟିତ୍ୱ ନେଇଥିବା ଲୋକଙ୍କ ସରକାର ଜନସାଧାରଣଙ୍କ ପ୍ରତ୍ୟେକ ସମସ୍ୟା ସମାଧାନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ବିଗତ ୨୪ବର୍ଷ ମଧ୍ୟରେ ଗ୍ରାମଂଚଳର ରାସ୍ତାଗୁଡିକ ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ଗମନାଗମନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଶ୍ରୀ ଷଡଙ୍ଗୀ କହିଥିଲେ । ରକ୍ଷଣା ବେକ୍ଷଣ ଅଭାବରୁ ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ଗୋପୀନାଥପୁର ଠାରୁ ନୀଳାଦ ପର୍ଯ୍ୟନ୍ତ ୫କିଲୋମିଟର ଲମ୍ବ ରାସ୍ତାର ପୁନଃ ନିର୍ମାଣ ପାଇଁ ଗାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦାୟିତ୍ୱ ନିଆଯାଇଥିବା ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଥିଲେ । ଏଥିପାଇଁ ୪୪୫.୧୬ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ଧାର୍ଯ୍ୟ ସମୟ ସୀମା ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ ହେବ । ସମ୍ପୂର୍ଣ୍ଣ ରାସ୍ତା କଂକ୍ରିଟ ବ୍ୟବହାରରେ ନିର୍ମାଣ କରାଯିବ । ତେବେ ଲଗାଣ ବର୍ଷା ଜାରି ରହିଥିଲେ ବି ନିର୍ମାଣ କାର୍ଯ୍ୟ ଅଟକିବ ନାହିଁ ବୋଲି ଶ୍ରୀ ଦତ୍ତ କହିଥିଲେ । ଆଗାମୀ ଦିନରେ ଏହି ରାସ୍ତକୁ ଏଣ୍ଡରାଇ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ତପନ କୁମାର ବେହେରା କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ବେହେରା ବିଜେପିର ବରିଷ୍ଠ ନେତା ରବି ନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସୀତାକାନ୍ତ ସ୍ୱାଇଁ,ପର୍ଶୁରାମ ବେହେରା,ଅନନ୍ତ ନାୟକ, କାର୍ତ୍ତିକ ରାଉତ, ବୃନ୍ଦାବନ ରାଉତ, ମାମନୀ ଜେନା, ଯୋଗେନ୍ଦ୍ର ପରିଡା, ମଣ୍ଟୁ ବସନ୍ତିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ