ଡିଲରଙ୍କ ମନମାନି ଯୋଗୁଁ ୮୫ ବର୍ଷର ବୃଦ୍ଧ ରାସନରୁ ବଞ୍ଚିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ଏଣ୍ଡର ଗ୍ରାମରେ ଖାଉଟି ଦୋକାନୀଙ୍କ ମନମାନି ଯୋଗୁଁ ଜନୈକ ୮୫ ବର୍ଷର ବୃଦ୍ଧ ରାସନ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ରାସନରୁ ବଞ୍ଚିତ ହୋଇଥିବା ବରିଷ୍ଠ ନାଗରିକ ଜଣକ ହେଉଛନ୍ତି ଏଣ୍ଡର ଗ୍ରାମର ଅରକ୍ଷିତ ମଲିକ । ଗତ ୨୦୨୨ ମସିହାରୁ ଅରକ୍ଷିତଙ୍କୁ ସଂପୃକ୍ତ ଖାଉଟି ଡିଲର ପମୋଦ ମହାପାତ୍ର ରାସନ ପ୍ରଦାନ କରୁ ନଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ପରିବାର ଲୋକଙ୍କ କହିବାନୁଯାୟୀ ଅରକ୍ଷିତଙ୍କୁ ୮୫ ବର୍ଷ ହୋଇ ଯାଇଥିବାରୁ ତାଙ୍କର ଫିଙ୍ଗର ପ୍ରିଣ୍ଟ କାମ କରୁନାହିଁ । କିନ୍ତୁ ଡିଲର ନିଜେ ଆସି ଦେଖନ୍ତୁ ଅରକ୍ଷିତଙ୍କ ସ୍ୱାସ୍ଥ୍ୟବସ୍ଥା । ତାଙ୍କର ନାମ ୱେବ ସାଇଟ୍‌ରେ ରହିଛି । ସେ ଜୀବୀତ ମଧ୍ୟ ଅଛନ୍ତି । ଦୀର୍ଘଦିନ ଧରି ତାଙ୍କୁ ରାସନ ମିଳୁ ନଥିବାରୁ ପରିବାର ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି । ଏ ନେଇ ପରିବାର ଲୋକେ ସଂପୃକ୍ତ ଡିଲର ପ୍ରମୋଦ ମହାପାତ୍ରଙ୍କୁ ବାରମ୍ବାର ଗୁହାରୀ କଲେଣି । କିନ୍ତୁ ସେ କିଛି ଶୁଣୁ ନାହାଁନ୍ତି । ତାଙ୍କ ନାମରେ ରାସନ ଆସୁଥିଲେ ମଧ୍ୟ ଡିଲର ରାସନ ଦେଉନାହାଁନ୍ତି । ଫଳରେ ଅରକ୍ଷିତଙ୍କ ପରିବାର ରାସନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଅରକ୍ଷିତ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାର ପାଇଁ ରାସନର ଆବଶ୍ୟକତା ବେଶ ରହିଛି । କିନ୍ତୁ ଡିଲରଙ୍କ ମନମାନି ଯୋଗୁଁ ଜଣେ ୮୫ ବର୍ଷୀୟ ବୃଦ୍ଧ ରାସନରୁ ବଞ୍ଚିତ ହେଉଥିବା କେତେକ ଗ୍ରାମବାସୀ କହିିଛନ୍ତି । କଂସାର ଗ୍ରାମ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ପ୍ରଦ୍ୟୁମ୍ନ ଜେନା କହିଛନ୍ତିକ୍ତେ ଯେ ଯଦି ଜଣେ ବୃଦ୍ଧ ବ୍ୟକ୍ତିଙ୍କ ବାର୍ଦ୍ଧକ୍ୟ ଜନିତ କାରଣରୁ ଫିଙ୍ଗର ପ୍ରିଣ୍ଟ ନେଇ ହେଉନାହିଁ ତେବେ ସେ କ୍ଷେତ୍ରରେ ସଂପୃକ୍ତ ଖାଉଟି ଡିଲର ସଂପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ସ୍ଥିତି ଦେଖି କିପରି ରାସନ ପାଇବେ ତା’ର ବ୍ୟବସ୍ଥା କରିବା ଉଚିତ । କିନ୍ତୁ ଡିଲର ଜଣକ ଆଇନକାନୁନକୁ ଅନୁସରଣ କରୁ ନଥିବାରୁ ୮୫ ବର୍ଷର ଜଣେ ବ୍ୟକ୍ତି ରାସନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏ ସମ୍ପର୍କରେ ସଂପୃକ୍ତ ଡିଲର ପ୍ରମୋଦ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଅରକ୍ଷିତଙ୍କ ଫିଙ୍ଗର ପ୍ରିଣ୍ଟ ଓ ଆଖି ସ୍କାନ ହୋଇ ପାରୁନାହିଁ । ତେଣୁ ସେ ରାସନରୁ ବଞ୍ଚିତ ହୋଇଛନ୍ତି । ଏ ସମ୍ପର୍କରେ ସେ ବ୍ଲକର ବଜାର ନିୟନ୍ତ୍ରକଙ୍କୁ ଜଣାଇଛନ୍ତି । ତାଙ୍କ କାର୍ଡକୁ ତାଙ୍କ ପୁଅର ରାସନ କାର୍ଡ ସହ ସଂଯୋଗ କଲେ ସେ ରାସନ ପାଇପାରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ