ଝୋଲରୀ ଜାରାଶ୍ରମରେ ଚକ୍ଷୁ ପରୀକ୍ଷା ଶିବିର

ବୁଗୁଡା,(ୱାଏନଏସ):ବୁଗୁଡା ବ୍ଲକ ଅନ୍ତର୍ଗତ ଝୋଲରୀ ଗ୍ରାମର ଜୟ କିଷାନ ସେବାଶ୍ରମରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଜୟ କିଷାନ ସେବାଶ୍ରମ ଓ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଶଙ୍କର ଚକ୍ଷୁ ଚିକିତ୍ସାଳୟର ଶିବିର ପରିଚାଳକ ଚିତ୍ରସେନ ଗୌଡ଼ଙ୍କ ନେତୃତ୍ୱରେ କର୍ମଚାରୀମାନେ ମୋଟ ୩୯ ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ପରଳ ଅସ୍ତ୍ରୋପଚାର ପାଇଁ ହସପିଟାଲ ବସରେ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା। ଅସ୍ତ୍ରୋପଚାର ପରେ ପୁଣି ସେହି ୮ ଜଣଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟର ବସରେ ଆଣି ଝୋଲାରୀ ଜୟ କିଷାନ ସେବାଶ୍ରମରେ ଛଡ଼ାଯିବ। ପରୀକ୍ଷା ପରେ ୪ ଜଣ ବ୍ୟକ୍ତିଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା। ଏହି ଚକ୍ଷୁ ଚିକିତ୍ସା ଶିବିରରେ ଜୟକିଶାନ ସେବାଶ୍ରମର ତତ୍ତ୍ୱାବଧାରକ କାର୍ତ୍ତିକଶ୍ବର ବିଷୋୟୀ, ସାଗର ମହାନ୍ତି, ସୋନାଲୀ ବେହରା, ସାମ୍ବାଦିକ ବିଶିକେଶନ ସ୍ବାଇଁ, ବାଲିପଦର କଲେଜ ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର, ଖରିଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ଶିକ୍ଷାବିତ୍ କୈବଲ୍ୟ ସ୍ବାଇଁ ଓ ଝୋଲରୀ ଯୁବ ସଂସଦର ସମସ୍ତ ସଦସ୍ଯ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ