ବୁଧେଇ ଓଷା ବା ଦଧିବାମନ ଓଷା ଉଦଯାପିତ

ନିମାପଡ଼ା,(ସନ୍ତୋଷ ଦାଶ):ଭାଦ୍ରବ ମାସର ଚତୁର୍ଥ ବା ଶେଷ ବୁଧବାର। ପୁରୀ ଜିଲ୍ଲା ଗ୍ରାମାଞ୍ଚଳର ଗାଁ ଗୁଡ଼ିକ ରେ ସଧବା ନାରୀ ମାନେ ନିଜ ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ଗତ ଅଗଷ୍ଟ ୨୧ ତାରିଖ ଠାରୁ କରି ଆସିଥିବା ବୁଧେଇ ଓଷା ବା ଦଧିବାମନ ଓଷାକୁ ଉଦଯାପନ କରିଛନ୍ତି। ପ୍ରାତଃରୁ ସ୍ନାନ ପରେ ସଧବା ନାରୀ ମାନେ ଗ୍ରାମର କୋଠ ଘର, ଗ୍ରାମ ଦେବତୀଙ୍କ ପୀଠ ରେ ପହଞ୍ଚି ସେଠାରେ ଥିବା ଶିଳରେ ଦଧିବାମନଙ୍କ ମୂର୍ତ୍ତୀ ହଳଦୀ ବଟାରେ ନିର୍ମାଣ କରିଥିଲେ। ତା ପରେ ଫୁଲ ଦେଇ ଫଳ ମୂଳ ଭୋଗ ଲାଗି କରିଥିଲେ। ସେଠାରେ ଦଧିବାମନ ଓଷା ବହି ପାଠ କରାଯିବାପରେ ସମସ୍ତେ ଠାକୁରଙ୍କୁ ବନ୍ଦାପନା କରି ଏହି ପୂଜାକୁ ଉଦଯାପନ କରିଥିଲେ। ବୁଧେଇ ଓଷା ବା ଦଧିବାମନ ଓଷାର ଉଦଯାପନ ପାଇଁ ପୁରୀ ଜିଲ୍ଲାର ଗାଁ ସବୁ ଉତ୍ସବ ମୁଖର ହୋଇ ପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ