ଶ୍ରମିକମାନଙ୍କ ସୁବିଧା ପାଇଁ ଖୋଲିଲା ଏସଏସ ମାର୍ଟ

ପୋଲସରା,(ଅନିଲ କୁମାର ମହାରଣା):ଶ୍ରମିକ ଶ୍ରେଣୀର ଲୋକଙ୍କ ସୁବିଧା ପାଇଁ ଓଡ଼ିଶା ଷ୍ଟେଟ ଲେବର ସୋସାଇଟି ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଖାଉଟି ସାମଗ୍ରୀ ବିକ୍ରି ପାଇଁ ଏସଏସ ମାର୍ଟର ଆରମ୍ଭ ହୋଇସାରିଛି। ସେହିପରି ସେପ୍ଟେମ୍ବର ୧୨ ତାରିଖ ଗୁରୁବାର ଦିନ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଦେବୀ ନଗର ଠାରେ ଓଡ଼ିଶା ଷ୍ଟେଟ ଲେବର ସୋସାଇଟି ପକ୍ଷରୁ ଏସ୍ ଏସ୍ ମାର୍ଟ ଶୁଭାରମ୍ଭ ହୋଇଛି। ଏହାଦ୍ୱାରା ଲେବର ସୋସାଇଟି ସହିତ ପଞ୍ଜିକୃତ ହୋଇଥିବା ଶ୍ରମିକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏସ ଏସ ମାର୍ଟକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଆଡସିନାଲ ସି.ଇ.ଓ. ଟୁନା ସେଠୀ, ଏନ୍ଏସି ବିଏମ ନରେନ୍ଦ୍ର ପଣ୍ଡା, କବିସୂର୍ଯ୍ୟନଗର ବିଏମ ଚନ୍ଦନ ସ୍ବାଇଁ, ବର୍ତ୍ତିନୀ ସରପଞ୍ଚ ପ୍ରତିନିଧି ବାବୁ ଡାକୁଆ, ପୋଲସରା ବ୍ଳକ ଏ.ବି.ଏମ. ରୋହିତ କୁମାର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଜେନା, ଶିବ ଶଙ୍କର ସାହୁ ପ୍ରମୁଖଙ୍କ ସହ ବ୍ଳକ ଓ ଏନଏସିର ସମସ୍ତ ପି.ଇ.ଓ ଓ ଏଫ.ଇ.ଓ ଉପସ୍ଥିତ ଥିଲେ। ଉପସ୍ଥିତ କର୍ମକର୍ତ୍ତା ଓ ପଞ୍ଜିକୃତ ହିତାଧିକାରୀ ମାନଙ୍କୁ ଓଡ଼ିଶା ଷ୍ଟେଟ ଲେବର ସୋସାଇଟି ବିଷୟରେ ଅବଗତ କରାଇବା ସହିତ ଖାଉଟି ଜିନିଷ ବଣ୍ଟନ କରାଯାଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ