ଆଦିବାସୀ ଅଧୁଷିତ ଅଞ୍ଚଳର ୩ ଆଦିବାସୀ ଛାତ୍ରଛାତ୍ରୀ ଡାକ୍ତର ହେବେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ ହୋଇଥାଏ । ଏଭଳି ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ଯୁଷିତ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ୩ ଆଦିବାସୀ ଛାତ୍ରଛାତ୍ରୀ ଚଳିତ ବର୍ଷ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢ଼ାରେ ନାମ ଲେଖାଇଛନ୍ତି l ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ୩ଜଣ ସବେରାଙ୍ଗା ଗ୍ରାମର କଳାକାର ପ୍ରଧାନ ଭୁବନେଶ୍ଵର ବିଜେବି କଲେଜରୁ ଯୁକ୍ତଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ରେ ସେ ଘର ଘରକୁ ଆସି ବାପା-ମା ଙ୍କୁ ଚାଷ କାମରେ ସାହାଯ୍ୟ କରି ଚଳିତ ବର୍ଷ ସେ ନିଟ୍ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇ କଟକ ଏସସିବି ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ସବେରାଙ୍ଗା ଗାଁରେ ଏକ ଛୋଡି ଛାଟିଆ ଘରେ ବାପା ମାସୁଙ୍ଗା ପ୍ରଧାନ ଓ ମା ସୁମିତା ପ୍ରଧାନ ରୁହନ୍ତି । ବାପା ହଳଦୀ ଚାଷ ସହିତ ଧାନ ଚାଷ କରି ପରି ପରିବାର ପୋଷଣ କରନ୍ତି । ସେହିଭଳି ବାଡ଼ାବାଙ୍ଗା ପଞ୍ଚାୟତ ଉପାନ୍ତ ଗଜେଡ଼ି ଗ୍ରାମର ଲିନ୍‌ସା । ସେ ଜଣେ ଦିବ୍ୟାଙ୍ଗ । ବିନା କୋଟିଂରେ ଦୁର୍ଗମାଞ୍ଚଳରୁ ୟୁଟ୍ୟୁବ୍ ମାଧ୍ୟମରେ ପାଠପଢି ନିଟ୍ ପରୀକ୍ଷାରେ ପ୍ରଥମ ଚେଷ୍ଟାରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ଏମକେସିଜିରେ ନାମ ଲେଖାଇଛନ୍ତି । ତାଙ୍କ ବାପା ଜଣେ ଗଣ ଶିକ୍ଷକ ହୋଇଥିବା ବେଳେ ମା ଅଙ୍ଗନବାଡ଼ି କର୍ମୀ । ଲିସା ନୟାଗଡ଼ ସ୍ଥିତ ଡିଭାଇନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ଡାକ୍ତରୀ ପଢ଼ିବାକୁ ଇଚ୍ଛା ରଖି ଭୁବନେଶ୍ବର ସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତ ତିନିରେ ନାମ ଲେଖାଇଥିଲେ । କିନ୍ତୁ ମାଙ୍କ ଦେହ ଖରାପ ଯୋଗୁଁ ସେ ପାଠପଢ଼ା ଅଧାରେ ଛାଡ଼ି ଘରକୁ ଫେରିଥିଲେ । ଘରେ ରହି କଠିନ ପରିଶ୍ରମ କରି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବ୍ରହ୍ମପୁର ଏମକେ ସିଜିରେ ନାମ ଲେଖାଇଛନ୍ତି । ସେହିଭଳି ଭଳି ଦାସିଙ୍ଗବାଡ଼ି ପଞ୍ଚାୟତ ତାଡ଼ିମାହା ଗ୍ରାମର ଚାଷୀ କନେଶ୍ବର ପ୍ରଧାନଙ୍କ ପୁଅ ସନାତନ ପ୍ରଧାନ ଚଳିତ ବର୍ଷ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ଏମକେସଜିରେ ନାମ ଲେଖାଇଛନ୍ତି । ସନାତନ ବ୍ରହ୍ମପୁର ସ୍ଥିତ ଖଲିକୋଟ କଲେଜରେ ଦ୍ବାଦଶ ପାସ କରିଥିଲେ । ନିଟ୍ ପରୀକ୍ଷାରେ ଗୋଟିଏ ଚେଷ୍ଟାରେ କୃତିତ୍ୱ ଅର୍ଜନ କରିଛନ୍ତି ସେ ଖଲ୍ଲିକୋଟ କଲେଜରେ ପଢି ପଢିବା ସମୟରେ ଘରଭଡା ଓ ପାଠପଢା ଖର୍ଚ୍ଚ କରି ତାଙ୍କ ବାପା ଭାଙ୍ଗି ପଡିଥିଲେ । ତେଣୁ ସେ ଯୁକ୍ତ ୩ ପାଠପଢ଼ାରୁ ବଞ୍ଚିତ ରହିଥିଲେ । ସାଙ୍ଗ ସାଥୀଙ୍କ ବହି ମାଗି ନିଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଗାଁରେ ଇଣ୍ଟରନେଟ୍ ବ୍ୟବସ୍ଥା ନଥିବାରୁ ଗାଁ ଠାରୁ ଦୂର ଏକ ପାହାଡ଼ ଉପରେ ବସି ପାଠ ପଢି ନିଟ୍ ପରୀକ୍ଷା ଦେଇ ଆଜି ସେ ସଫଳତା ପାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ