ପାରଳାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଶ୍ରୀଶୈଳମ୍ କଲ୍ୟାଣ ମଣ୍ଡପରେ ପାରଳାଖେମୁଣ୍ଡି ଶାଖା ସଭାପତି ସିଦ୍ଧେସ୍ୱର୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ରାଜ୍ୟ ସଚିବ ଦଣ୍ଡ ପାଣି ମହାପାତ୍ର ଯୋଗ ଦେଇଥିଲେ, ସମ୍ପାଦିକା ତନୁଜା ଶତପଥି, ଉପସଭାପତି ହୋରିମୋହନ ପଟନାୟକ, ଡ ଭାରତୀ ପାଣିଗ୍ରାହୀ, ଭାଗବତ ପାଢ଼ୀ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହିତ ରାଜ୍ୟସ୍ତରୀୟ କାର୍ଯ୍ୟକର୍ମ କେମିତି କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା, ଦୁଇଦିନିଆ କର୍ମଶାଳା କେମିତି ଭାବରେ ହେବ, ଷ୍ଟେଜ, ଖାଇବା , ରହିବା ପ୍ରତ୍ୟେକ ବିଷୟରେ ଆଲୋଚନା ହୋଇଥିଲା ଶେଷରେ ଲିଙ୍ଗରାଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ.


