କବି ସଙ୍ଗମ ଓ ଉଧୃତି ପକ୍ଷରୁ କବିତା ପାଠଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଜୟଦେବ ବିହାରସ୍ଥିତ ରାମେଶ୍ୱର ବରିଷ୍ଠ ସଙ୍ଗର ସଭାଗୃହଠାରେ ରାଷ୍ଟ୍ରୀୟ କବି ସଙ୍ଗମ ଖୋର୍ଦ୍ଧା ଜିଲ୍ଲା ଓ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ “ଉଧୃତି’ର ମିଳିତ ପ୍ରୟାସରେ ଏକ କବିତା ପାଠ ଉତ୍ସବ ସହିତ ଉତ୍କଳର କଳା, ସଂସ୍କୃତି, ପରମ୍ପରା କୁ ଆଗେଇ ନେବାର ପ୍ରୟାସ ସ୍ୱରୂପ କବିତା ପାଠ ସହିତ ପ୍ରାରମ୍ଭରେ ଡ଼ ଶାଶ୍ୱତି ମିଶ୍ରଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହିତ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବ୍ୟଙ୍ଗ କବି ସତ୍ୟାନାସ, ସମ୍ମାନିତ ଅତିଥି ଭାବେ ହିନ୍ଦୀ ସାହିତ୍ୟର ବରିଷ୍ଠ ହାସ୍ୟକବି କିଶନ ଖଣ୍ଡେଲୱାଲ, ଉଧୃତି ଅନୁଷ୍ଠାନର ସଭାପତି ସାରସ୍ୱତ ସାଧିକା ସରୋଜିନୀ ମିଶ୍ର,ବିଶିଷ୍ଟ ଅତିଥି ଭାବେ ମୁଖ୍ୟ ସମ୍ପାଦକ ମହେଶ୍ୱର ଘଡେଇ,ବାସନ୍ତୀ ଦାସ ଯୋଗ ଦେଇ ଏହିପରି କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିବା ସହିତ ସାହିତ୍ୟ ପ୍ରତି ଅଧିକରୁ ଅଧିକ ଆଗ୍ରହ ଦେଖାଇବା ପାଇଁ ମତବ୍ୟକ୍ତ କରିଥିଲେ. ଉକ୍ତ କବିତା ପାଠଉତ୍ସବରେ 30ରୁ ଉର୍ଦ୍ଧ କବି ଓ କବୟତ୍ରୀ ଯୋଗ ଦେଇ ପୁରସ୍କୃତ ହୋଇ ଥିଲେ.ରାଷ୍ଟ୍ରୀୟ କବି ସଂଗମ ଖୋର୍ଦ୍ଧା ଜିଲ୍ଲାର ଅଧ୍ୟକ୍ଷ ବିକ୍ରମାଦିତ୍ୟ ସିଂ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ କବି, ସମାଜସେବୀ ଯୋଗଦାନ କରିଥିଲେ. କାର୍ଯ୍ୟକ୍ରମକୁ ପ୍ରମୁଖ ପରିଚାଳନା ଆଶିଷ କୁମାର ବିଦ୍ୟାର୍ଥୀ, ଶ୍ରୀକାନ୍ତ ମିଶ୍ର, ଅନିଲ କୁମାର ଚୌଧୁରୀ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ମଞ୍ଜୁଳା ତ୍ରିପାଠୀ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ