ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଲାୟନ୍ସ କ୍ଲବ ଭୁବନେଶ୍ୱର, ଓଡ଼ିଶା ତରଫରୁ ଭୁବନେଶ୍ୱରସ୍ଥିତ ଓଏସିସ୍ ଫର୍ଚୁନ ଟାୱାର କର୍ପୋରେଟ ଅଫିସ୍ ପ୍ରାଙ୍ଗଣରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବି.ଏମ୍‌.ସି. ରକ୍ତ ଭଣ୍ଡାରର କର୍ମକର୍ତ୍ତାଙ୍କ ସହଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୋଟ ୫୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। କ୍ଲବର ସଭାପତି ଲାୟନ ଡଃ ବିପିନ ବିହାରୀ ମିଶ୍ର, ଏମ୍‌ଜେଏଫ୍‌, ସମ୍ପାଦକ ଲାୟନ ଇଂ (ଡଃ) ଅଶ୍ୱିନୀ ସେନାପତି, ଏମ୍‌ଜେଏଫ୍‌, କୋଷାଧ୍ୟକ୍ଷ ଲାୟନ ବିପିନ ବିଶ୍ୱାଳ, ପୂର୍ବତନ ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଲାୟନ ଡଃ ପି.କେ ତ୍ରିପାଠୀ, ପି.ଏମ୍‌.କେ.ଏଫ୍ ଲାୟନ ଡଃ ସୁକାନ୍ତି ମିଶ୍ର, ଏମ୍‌.ଜେ.ଏଫ୍ ଏବଂ ବହୁ ସଦସ୍ୟ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ପରି ମହତ୍ ଦାନକୁ ଳାୟନ୍ସ ପରିବାର ଏକ ମହତ୍ ସାମାଜିକ କାର୍ଯ୍ୟ ଭାବେ ଗ୍ରହଣ କରି ସମାଜକୁ ବହୁମୂଲ୍ୟ ସହଯୋଗ କରି ଆସୁଛନ୍ତି।ଲାୟନ ପ୍ରଦୀପ୍ତ ମହାନ୍ତି ଓଏସିସ୍‌ର ସଞ୍ଚାଳକ ଉପସ୍ଥିତ ରହିବା ସହିତ ଏଭଳି ପୂଣ୍ୟ କାର୍ଯ୍ୟରେ ନିଜର କର୍ମକର୍ତ୍ତାମାନଙ୍କୁ ସୁମୂଲ୍ୟ ଉପଦେଶ ଦେଇ ଏହି ଶିବିରକୁ ସଞ୍ଚାଳନ କରିଥିଲେ। ଶ୍ରୀ ଆଶିଷ କୁମାର ମହାନ୍ତ ଏବଂ ଓଏସିସ୍‌ର ଦକ୍ଷ କର୍ମକର୍ତ୍ତାମାନେ ଶିବିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଜର କାର୍ଯ୍ୟଦକ୍ଷତା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ