କାଜଲ ଅଗ୍ରଓ୍ବାଲଙ୍କ ଫଟୋ ଭାଇରାଲ

ମୁମ୍ବାଇ : ଟପ୍‌ ଅଭିନେତ୍ରୀ ମଧ୍ୟରୁ ଜଣେ ହେଉଛନ୍ତି କାଜଲ ଅଗ୍ରୱାଲ। କାଜଲ୍ ଅଗ୍ରଓ୍ବାଲ୍ ଦେଖିବା ପାଇଁ ଖୁବ୍‌ ସୁନ୍ଦର । ସାଉଥ୍ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଏବେ ଫିଲ୍ମ ଇଣ୍ଡିୟାନ-୨ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏବେ ତାଙ୍କର କେତେକ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ସେ ଖୁବ୍‌ ସେକ୍ସି ଏବଂ ସୁନ୍ଦରୀ ଦେଖାଯାଉଛନ୍ତି।
ପ୍ରକାଶ ଯେ, ସୁନ୍ଦରୀ ତଥା ଚୁଲ୍‌ବୁଲି ଅଭିନେତ୍ରୀ କାଜଲ୍ ଅଗ୍ରଓ୍ବାଲ୍ ଉଭୟ ସାଉଥ ଓ ବଲିଉଡ ଫିଲ୍ମରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। କାଜଲ ସାଉଥ ଇଣ୍ଡଷ୍ଟ୍ରିରେ ରାଜ କରନ୍ତି। ଫିଲ୍ମ ଇଣ୍ଡିୟାନ-୨ରେ ସେ ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ୨୦୨୦ ମସିହାରେ ଏହି ଫିଲ୍ମ ରିଲିଜ୍ ହେବ। ହଟ୍‌ ଅଭିନେତ୍ରୀ କାଜଲ ଏବେ ମାଲଦ୍ବୀପରେ ଛୁଟି କାଟୁଛନ୍ତି। କାଜଲ ନିଜର ମାଲଦ୍ବୀପ ଟ୍ରିପର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋଗୁଡିକରେ କାଜଲ ଖୁବ୍‌ ଏନ୍‌ଜଏ କରିବାରେ ନଜର ଆସୁଛନ୍ତି। କାଜଲ ବିକିନିରେ ବହୁତ ହଟ୍‌ ଲାଗୁଛନ୍ତି। ଏହା ସହ ସେ ଖୁବ୍ ସୁନ୍ଦର ମଧ୍ୟ ଲାଗୁଛନ୍ତି। କାଜଲ ଏକ ବେଲୁନ ଉପରେ ବସି ସମୁଦ୍ର ଲହରୀର ଆନନ୍ଦ ନେଉଛନ୍ତି। କାଜଲ ସବୁବେଳେ ତାଙ୍କର ପ୍ରଫେସନାଲ ଓ ପର୍ସନାଲ ଲାଇଫକୁ ଅଲଗା ଅଲଗା ରଖନ୍ତି। କାମ କରିବା ସହ କାଜଲ ନିଜ ପରିବାର ସହ ସମୟ ବିତାଇବାକୁ ଭୁଲନ୍ତି ନାହିଁ। ଏହା ପୂର୍ବରୁ ମଧ୍ୟ କାଜଲ ନିଜର ଟ୍ରିପର ଅନେକ ଫଟୋ ସେୟାର କରିସାରିଛନ୍ତି। ନିଜ ଫ୍ୟାନ୍ସଙ୍କ ପାଇଁ ଭିନ୍ନ ଭିନ୍ନ ଅନ୍ଦାଜରେ ପୋଜ୍ ଦେଇଥିବା ଫଟୋ ମଧ୍ୟ ସେୟାର କରିଛନ୍ତି କାଜଲ । ଦର୍ଶକମାନେ ମଧ୍ୟ ତାଙ୍କର ଏହି ଫଟୋକୁ ବହୁତ ପସନ୍ଦ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ