କୋଦଳା ଏନଏସିରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳିତ
କୋଦଳା,(ବାପୁନି କୁମାର ମାଲୁ):ପରିବେଶ ସରସ ସୁନ୍ଦର ଏଵଂ ସଫା ରଖିବା ପାଈଁ କୋଦଳା ଏନଏସିରେ ସ୍ୱଚ୍ଛତା ହିଁ ସେବା ଦିବସ ଗୁରୁବାର ସକାଳ 11 ଘଣ୍ଟ ସମୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଙ୍କ ତତ୍ୱାବଧାନରେ ଏନଏସିର 10 ନମ୍ବର ୱାର୍ଡ ରେ କାର୍ଯ୍ୟକ୍ରମ ଜାରୀ ରହିଛି | ସ୍ୱଚ୍ଛତା ହିଁ ଜୀବନ, ସ୍ୱଚ୍ଛ ରହିଲେ ନିଜେ ନିରୋଗ ହେବା ସହ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବେ ବୋଲି ନାରା ଦେଇ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବା କହିଛନ୍ତି ଅଧ୍ୟକ୍ଷ ଶ୍ରୀ ନାୟକ | ସ୍ୱଚ୍ଛତା ବିଭାଗ ଯନ୍ତ୍ରୀ ଚନ୍ଦ୍ର କାନ୍ତ ମାରାଣ୍ଡି ଙ୍କ ସମେତ ସମସ୍ତ ସୁପର ଭାଇଜର ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ପରିବେଶ ଉପଯୋଗୀ ବାର୍ତ୍ତା ଦେଇଛନ୍ତି | ପ୍ରତ୍ୟେକ ନାଗରିକ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଉଚିତ । ସ୍ୱଚ୍ଛତା ପ୍ରତି ସଚେତନ ରହିବା ପାଇଁ ଶପଥ ନେଇଥିଲେ ।


