ଶାସଙ୍ଗରେ ଭାଗବତ ଜନ୍ମୋତ୍ସବ ପାଳିତ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ଭାଗବତ ଟୁଙ୍ଗିରେ ଭାଗବତ ଜନ୍ମୋତ୍ସବ ପାଳିତ ହୋଇ ଯାଇଛି। ଆଜି ଭୋର୍ ସମୟରେ ନିକଟସ୍ଥ ପୁଷ୍କରିଣୀ ରୁ ଘଟୋ ତ୍ତଳନ କରାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରଯାଇଥିଲା। ଖଗେଶ୍ବର ବାରିକ, ପ୍ରଫୁଲ୍ଲ କୁମାର ନାୟକ କର୍ତ୍ତା ଭାବେ ସାମିଲ ହୋଇଥିବା ବେଳେ ପଣ୍ଡିତ ଚିନ୍ତାମଣି ପାଢ଼ୀ, କୃପାସିନ୍ଧୁ ପାଢ଼ୀ ପ୍ରମୁଖ ବେଦମନ୍ତ୍ରରେ ପୂଜାର୍ଚ୍ଚନା କରିଥିଲେ। ଗାଁ ର ଶହ ଶହ ଗ୍ରାମବାସୀ ଏହି ପୂଜା ଉତ୍ସବରେ ସାମିଲ ହୋଇଥିଲେ। ସଂଜୀବ କୁମାର ସ୍ବାଇଁ, ଅନାଦି ଚରଣ ବିଶ୍ଵାଳ, ସୁରଥ ବେହେରା, ଚୈତନ୍ୟ ଘଡେଇ, ମଧୁ ସୁଦନ ସାମଲ, ବାବନ ସାହୁ, ସଞ୍ଜୟ ସ୍ୱାଇଁ, ନିରଞ୍ଜନ ବିଶ୍ୱାଳ, ସନାତନ ବେହେରା, ଚକ୍ରଧର ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ସୁବାସ ବିଶ୍ଵାଳ, ପୂର୍ଣ୍ଣଚନ୍ଦ୍ର ଜେନା, କହ୍ନେଇ ଜେନା, ସନିଆ ଜେନା, ସନାତନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


