କୃତିମ ବୁଦ୍ଧିମତାର କାର୍ଯ୍ୟକାରିତା ଓ ଉପାଦେୟତା କର୍ମଶାଳା

କୁକୁଡାଖଣ୍ଡି ,(ବିଭୂନନ୍ଦନ ପଣ୍ଡା):କୁକୁଡାଖଣ୍ଡି ବ୍ଲକ ଶିକ୍ଷା ବିଭାଗ ତରଫରୁ ଦକ୍ଷିଣପୁର ଏଲଏନବିପି ଉଚ୍ଚ ବିଦ୍ୟାଳୟରେ ବିଇଓ ସନ୍ତୋଷ ମହାପାତ୍ରଙ୍କ ତତ୍ୱାବଧାନତାରେ କୃତିମ ବୁଦ୍ଧିମତାର କାର୍ଯ୍ୟକାରିତା ଓ ଉପାଦେୟତା ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ବିଚାରକ ଭାବେ ମହୁରୀକାଳୁଆ ବିଜ୍ଞାନ ମହାବିଦ୍ୟାଳୟର ଫିଜିକ୍ସ ଅଧ୍ୟାପକ ସୁଦାମ ଚରଣ ସାହୁ, କେମେଷ୍ଟ୍ରି ଅଧ୍ୟାପକ ଶିବ ପ୍ରସାଦ ରଥ ଯୋଗଦେଇଥିଲେ। ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ର, ଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରି ନିଜ ବକ୍ତବ୍ୟ ରଖିଥିଲେ। ଶେଷରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ପ୍ରଥମସ୍ଥାନ ଅଧିକାର କରିଥିଲେ କୁକୁଡାଖଣ୍ଡି ହାଇସ୍କୁଲର ଛାତ୍ରୀ ଏ. ନନ୍ଦିନୀ, ଦ୍ଵିତୀୟ ସ୍ଥାନରେ ବାଲିପଡ଼ା ଘଟିପାରୀ ହାଇସ୍କୁଲର ଛାତ୍ରୀ ବର୍ଷା ବିଶୋଇ, ତୃତୀୟ ସ୍ଥାନ ଦକ୍ଷିଣପୂର ହାଇସ୍କୁଲର ଛାତ୍ରୀ ଶ୍ରଦ୍ଧାରାଣୀ ଗୌଡ଼। କାର୍ଯ୍ୟକ୍ରମକୁ ଦକ୍ଷିଣପୂର ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପାତ୍ର, ଭବାନୀ ଶଙ୍କର ପଟନାୟକ, ପୁରୁଣାପାଟଣା ହାଇସ୍କୁଲର ପ୍ରଧାନ ଶିକ୍ଷକ ଗୋକୁଳକୃଷ୍ଣ ପଣ୍ଡା,ରିଙ୍କି ରାଣୀ ପଣ୍ଡାଙ୍କ ସମସ୍ତ ଏଲଏନବିପି ହାଇସ୍କୁଲର ସମସ୍ତକର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ